ETV Bharat / state

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, TMC ନେତାଙ୍କ ନାମରେ ଏତଲା - ଟିଏମସି ନେତାଙ୍କ ନାମରେ ଏତଲା

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ନେଇ ଟିଏମସି ନେତା ତଥା ଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ନାମରେ ଏତଲା ଦେଇଛି ବଜେପି । ଅଧିର ପଢନ୍ତୁ

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, TMC ନେତାଙ୍କ ନାମରେ ଏତଲା

author img

By

Published : Nov 13, 2022, 11:15 AM IST

ରାଇରଙ୍ଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ନେଇ ଏବେ ଝଡ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ପ୍ରତି ତୃଣମୂଳ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ମନ୍ତବ୍ୟକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି । ସାରା ରାଜ୍ୟରେ ଏହାକୁ ନେଇ ବିକ୍ଷୋଭ ଓ ଅଖିଳ ଗିରିଙ୍କ ନାମରେ ଏତଲା ମଧ୍ୟ ହୋଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଥାନାରେ ଏତଲା ଦିଆଯାଇଛି । ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛି ରାଇରଙ୍ଗପୁର ଟାଉନ ବିଜେପି ।

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, TMC ନେତାଙ୍କ ନାମରେ ମାମଲା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି ଅଡୁଆରେ ପଡିଛନ୍ତି ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରି । ରାଷ୍ଟ୍ରପତିଙ୍କ ରଙ୍ଗ, ରୂପକୁ ନେଇ ଅତି କୁତ୍ସିତ ମନ୍ତବ୍ୟ ଦେଇଛନ୍ତି ଟିଏମସି ନେତା । ତାଙ୍କୁ ନେଇ ନିନ୍ଦା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଅଖିଳ ଗିରି ନନ୍ଦିଗ୍ରାମରେ ଏକ ରାଲିରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଅତି ଅଶାଳୀନ ଭାଷଣ ଦେଉଥିବାର ଭିଡିଓ ଭାଇରାଲ ପରେ ଏହାକୁ ବିଭିନ୍ନ ମାହୋଲରୁ ନିନ୍ଦା କରାଯାଉଛି । ତେବେ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ମଧ୍ୟ ଏହି ଘଟଣାକୁ ନେଇ କଡା ନିନ୍ଦା କରାଯାଇଛି ।

ତାତ୍ସଲ୍ୟ କରିଥିବା ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଇରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଛି ରାଇରଙ୍ଗପୁର ଟାଉନ ବିଜେପି । ବିଜେପି ଦଳ ତରଫରୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତା ଓ ରାଇରଙ୍ଗପୁରବାସୀ ଟାଉନ ଥାନାକୁ ଯାଇ ଅଖିଳ ଗିରିଙ୍କ ବିରୋଧରେ ଏକ ଏତଲା ଦେଇଛନ୍ତି । ଅଖିଳଙ୍କୁ ଦଳରୁ ନିଲମ୍ବନ ଓ ଯଥାଶୀଘ୍ର ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ରାଇରଙ୍ଗପୁର ବିଜେପି ଦଳ ।

ଏହା ବି ପଢନ୍ତୁ...ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ମାମଲା: ନିନ୍ଦା କଲା TMC, ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଦାବି

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଏହା ପ୍ରଥମ ଘଟଣା ମଧ୍ୟ ନୁହେଁ । ଏହା ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧିତ କରି ବିବାଦରେ ଛନ୍ଦି ହୋଇଥିଲେ । ପରେ ଅଧୀର ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହେବାକୁ ବିଜେପି ଭାରତୀୟ ଗଣତନ୍ତ୍ରିକ ବ୍ୟବସ୍ଥା ଶକ୍ତି ଓ ଐତିହାସିକ ନିଷ୍ପତ୍ତି ବୋଲି କହିଆସିଛି । ତେବେ ବିଭିନ୍ନ ବିରୋଧୀ ଦଳର ନେତାଙ୍କ ଏପରି ଅଶୋଭନୀୟ ତଥା ଅପମାନଜନକ ମନ୍ତବ୍ୟ ଦେବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରିବା ଆରମ୍ଭ କରିଥିବା ବୁଦ୍ଧିଜୀବୀ କହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.