ବାରିପଦା: ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଶାବକକୁ ଜନ୍ମ ଦେଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନବିଭାଗ ପକ୍ଷରୁ ଗତ 29 ତାରିଖରେ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଏହି ଶାବକକୁ ଜନ୍ମ ଦେଇଛି । ଉଦ୍ଧାର ବଜ୍ରକାପ୍ତାକୁ ପିଠାବଟା ରେଞ୍ଜ ଅଫିସରେ ରଖା ଯାଇଛି।
ଏହି ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ 4 ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଉଭୟ ମାଆ ବଜ୍ରକପ୍ତା ଓ ଛୁଆ ସୁସ୍ଥ ଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ପ୍ରଥମଥର ପାଇଁ କୌଣସି ଉଦ୍ଧାର ପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଛୁଆକୁ ଜନ୍ମ ଦେବା ପରେ ବନ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ