ETV Bharat / state

ଗୁରୁଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି, ସ୍ମୋକ ଆର୍ଟରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର - ସମରେ

ପଦ୍ମବିଭୂଷଣ ଗୁରୁ ରଘୁନାଥ ମହାପାତ୍ରଙ୍କୁ ଡିବିରି କଳାରେ ଚିତ୍ର ଆଙ୍କି ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଯୁବ ଚିତ୍ରକର ସମରେନ୍ଦ୍ର । ଅଧିକ ପଢନ୍ତୁ...

ଗୁରୁଙ୍କୁ ନିଆରା ଶ୍ରଦ୍ଧାଞ୍ଜଳୀ, ସ୍ମୋକ ଆର୍ଟରେ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର

author img

By

Published : May 13, 2021, 9:04 PM IST

ବାରିପଦା: ସ୍ମୋକ ଆର୍ଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି । ବିଶିଷ୍ଟ ଶିଳ୍ପୀ,ପଦ୍ମଭୂଷଣ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ଗୁରୁ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୟୂରଭଞ୍ଜ ବେତନଟୀ ବ୍ଲକ ଆଗଡା ଗାଁର ଯୁବ ଚିତ୍ରକର ସମରେନ୍ଦ୍ର । ନିକଟରେ ପଦ୍ମବିଭୂଷଣ ଗୁରୁ ରଘୁନାଥ ମହାପାତ୍ରଙ୍କ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁରେ ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ଦ୍ଵାରା ନିର୍ମାଣ ହୋଇଥିବା କଳାକୃତି ପାଇଁ ସେ ଚିର ସ୍ମରଣୀୟ ହୋଇରହିବେ ବୋଲି କହିଛନ୍ତି ଯୁବ ଚିତ୍ରକର ସମରେନ୍ଦ୍ର ।

ଗୁରୁଙ୍କୁ ନିଆରା ଶ୍ରଦ୍ଧାଞ୍ଜଳୀ, ସ୍ମୋକ ଆର୍ଟରେ ପଦ୍ମବିଭୁଷଣ ରଘୁନାଥ ମହାପାତ୍ର

ତାଙ୍କର ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ବିଭିନ୍ନ ସମୟରେ ବିଭିନ୍ନ କଳାକୃତି ମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିଥିବା ମୟୂରଭଞ୍ଜ ଯୁବଚିତ୍ରକାର ସମରେନ୍ଦ୍ର ବେହେରା ଆଜି ଡିବି ଆଲୁଅ ଓ ରବର ମାଧ୍ୟମରେ ସ୍ବର୍ଗୀୟ ଗୁରୁଙ୍କର ଏକ ସ୍ମୋକ ଆର୍ଟ ଆଙ୍କି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.