ETV Bharat / state

ପିଆରଏମ୍ ମେଡ଼ିକାଲ ସୁପରିଟେଣ୍ଡଣ୍ଟଙ୍କୁ ମାଡ଼ମରା ଘଟଣା, 4 ଗିରଫ - ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ

ଗତ ୨ ତାରିଖ ଦିନ ପି ଆର ଏମ୍ ମେଡ଼ିକାଲରେ ଚିକିତ୍ସା ଅବହେଳାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ମେଡ଼ିକାଲ ସୁପରିଟେଣ୍ଡଣ୍ଟଙ୍କୁ ଆକ୍ରମଣ ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ପିଆରଏମ୍ ମେଡ଼ିକାଲ ସୁପରିଟେଣ୍ଡଣ୍ଟଙ୍କୁ ମାଡ଼ ମରା ଘଟଣା; 4 ଗିରଫ

author img

By

Published : Nov 4, 2020, 9:25 AM IST

ବାରିପଦା: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ଗତ ନଭେମ୍ବର ୨ ତାରିଖରେ ଚିକିତ୍ସା ଅବହେଳାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଛାତ୍ରୀଙ୍କ ମୃତ୍ୟକୁ ନେଇ ନ୍ୟାୟ ପାଇଁ ପରିବାର ବର୍ଗ ଓ କଂଗ୍ରେସ ପକ୍ଷରୁ ମେଡ଼ିକାଲ ପରିସରରେ ଧାରଣା ଦେବା ସହ ମେଡ଼ିକାଲ ସୁପରିଟେଣ୍ଡଣ୍ଟକୁ ମାଡ ମାରିଥିଲେ । ଏହି ଘଟଣାରେ 4 ଜଣଙ୍କୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ ।

ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ ସୁପରିଟେଣ୍ଡଣ୍ଟଙ୍କୁ ମାଡ଼ ମରା ଘଟଣାରେ 4 ଗିରଫ

ଗିରଫ 4 ଜଣ ହେଲେ ଲକ୍ଷ୍ମୀ ପାତ୍ର, ଲକ୍ଷ୍ମୀ ବିନ୍ଧାଣି, ସୁନି ପାତ୍ର ଓ ନିର୍ମଳ ପ୍ରଧାନ । ତେବେ ନିର୍ମଳ ପ୍ରଧାନ ହେଲେ ଜଣେ କଂଗ୍ରେସ କର୍ମୀ । ଗତ ନଭେମ୍ବର ୨ ତାରିଖରେ ବାରିପଦାସ୍ଥିତ ପିଆରଏମ୍ ମେଡ଼ିକାଲରେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ସପନଚୁଆ ଗ୍ରାମର ସୁପ୍ରିୟା ପାତ୍ର ନାମକ ଜଣେ କଲେଜ ଛାତ୍ରୀଙ୍କ ଚିକିତ୍ସା ଅବହେଳା ଓ ରକ୍ତ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲ । ଏନେଇ ମେଡ଼ିକାଲ ସମ୍ମୁଖରେ ନ୍ୟାୟ ପାଇଁ ମୃତ ଛାତ୍ରୀଙ୍କ ମର ଶରୀର ରଖି ପ୍ରତିବାଦ କରିଥିଲେ ପରିବାର ଲୋକେ ।

ତେବେ ମେଡ଼ିକାଲ ସୁପରିଟେଣ୍ଡଣ୍ଟଙ୍କ ସହ ଆଲୋଚନା ପାଇଁ ଯାଇଥିବାବେଳେ ସୁପରିଟେଣ୍ଡଙ୍କୁ ଆନ୍ଦୋଳନକାରୀମାନେ ଠେଲାପେଲା କରିବା ସହ ମାଡ଼ ମାରିଥିଲେ । ଘଟଣାକୁ ନେଇ ଉଭୟ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଟାଉନ ଥାନାରେ ରୁଜୁ ହୋଇଥିଲା । ସୁପରିଟେଣ୍ଡଣ୍ଟଙ୍କ ମାଡ ମାମଲାକୁ ପୋଲିସ ଗୁରୁତର ସହ ନେଇ 4 ଜଣକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.