ETV Bharat / state

ଘରେ ସ୍ବାମୀ ନଥିବା ବେଳେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା

author img

By

Published : Oct 15, 2022, 8:39 AM IST

Updated : Oct 15, 2022, 9:19 AM IST

ମୟୂରଭଞ୍ଜ ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗାଁରେ ଜଣେ ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ

ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା
ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା

ରାଇରଙ୍ଗପୁର: ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗାଁରେ । ଘରେ ସ୍ବାମୀ ନଥିବା ବେଳେ ଜନୈକ ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ ବୃଦ୍ଧା ଜଣକ ହେଲେ ସୁନେଇ ପୂର୍ତ୍ତି । ଏ ବାବଦରେ ସ୍ଥାନୀୟ ଲୋକ ପୋଲିସ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ବଉଳା ଗାଁରେ ଜୟରାମ ପୂର୍ତ୍ତି ଓ ତାଙ୍କ ସ୍ତ୍ରୀ ସୁନେଇ ପୂର୍ତ୍ତି ଉଭୟ ଦମ୍ପତି ଖୁସିରେ ଜୀବନଯାପନ କରୁଥିଲେ । ଜୟରାମ ଭାଲିଆଡାଳ ଗ୍ରାମକୁ କୌଣସି କାମରେ ଯାଇ଼ଥିଲେ । ରାତିରେ ଘରକୁ ଫେରିବା ପରେ ସ୍ତ୍ରୀ ସୁନେଇକୁ ତଳେ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ । ଏହା ପରେ ସେ ସଙ୍ଗେ ସଙ୍ଗେ ସାହି ପଡିଶାଙ୍କୁ ଡାକିଥିଲେ । ତେବେ ଉକ୍ତ ଗ୍ରାମଟି ଅପହଞ୍ଚ ଇଲାକା ହୋଇଥିବାରୁ ଗ୍ରାମବାସୀ ପ୍ରଥମେ ଏ ବିଷୟରେ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚ ଆସିବା ପରେ ସ୍ଥାନୀୟ ଲୋକ ମହୁଲଡିହା ଥାନା ପୋଲିସକୁ ଖବର ଦେବାକୁ ଯାଇଥିଲେ ।

ଖବର ପାଇ ମହୁଲଡିହା ଥାନା ଆଇଆଇସି ରଞ୍ଜୁ ହାସିନ କୁଲୁ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଡ଼କାଇଥିଲେ । ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ରୋଷେଇ ଘରୁ ଉଦ୍ଧାର କରିଥିଲା ପୋଲିସ । କୌଣସି ଦୁର୍ବୃତ୍ତ କେହି ନ ଥିବା ସମୟରେ ସୁନେଇ ପୂର୍ତ୍ତିଙ୍କ ଘରେ ପଶିଥିଲା । ଘରେ ଏକୁଟିଆ ପାଇ ମୁଣ୍ଡରେ ଶକ୍ତ ଆଘାତ ଦେଇ ତାଙ୍କୁ ହତ୍ୟା କରିଥିବା ଅନୁମାନ କରିଥିଲା ପୋଲିସ । ତେବେ ହତ୍ୟା କାଣ୍ଡ ବାବଦରେ ଆଖପାଖ ଲୋକ କେହି ଜାଣି ପାରିନଥିବା ସୂଚନା ଦେଉଛନ୍ତି । ତଦନ୍ତ ପରେ ମହୁଲଡିହା ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Oct 15, 2022, 9:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.