ETV Bharat / state

ଧାନ ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - deadbody rescued

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦୁମାଡିହି ଗ୍ରାମ ନିକଟସ୍ଥ ଧାନ ବିଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଗୁରୁବାର ସନ୍ଧ୍ୟାବେଳେ ଦୁମାଡିହି ଗ୍ରାମ ହାଟକୁ ଯାଇଥିବା ବେଳେ ବୃଦ୍ଧ ଜଣଙ୍କ ନିଖୋଜ ହୋଇଯାଇଥିଲେ ।

ଧାନ ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Sep 5, 2020, 3:14 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦୁମାଡିହି ଗ୍ରାମ ନିକଟସ୍ଥ ଧାନ ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ବୃଦ୍ଧ ଜଣକ ହେଲେ 55 ବର୍ଷୀୟ ଦୁମାଡିହି ଗ୍ରାମର ନିରଞ୍ଜନ ଗିରି ।

ଧାନ ବିଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୁରୁବାର ସନ୍ଧ୍ୟାବେଳେ ଦୁମାଡିହି ଗ୍ରାମ ହାଟକୁ ଯାଇଥିବା ବେଳେ ବୃଦ୍ଧ ନିରଞ୍ଜନ ନିଖୋଜ ହୋଇଯାଇଥିଲେ । ଏନେଇ ତାଙ୍କ ଭାଇ ବଳରାମ ଗିରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଶନିବାର ସକାଳେ ଗାଁ ନିକଟସ୍ଥ ଧାନ ବିଲରେ ତାଙ୍କ ମୃତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ ।

ତେବେ ଜମିଜମା ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.