ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଣଦା ଗ୍ରାମ ନିକଟ ୪୯ ନଂ ଜାତୀୟ ରାଜପଥରେ ଟ୍ରକ ଧକ୍କା ଦେବାରୁ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ବୃଦ୍ଧ ଜଣକ ହେଲେ ବୁଡାମୋରା ଗ୍ରାମର ଅନ୍ତର୍ଯ୍ୟାମୀ ଗିରି(୬୬) । ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ବୃଦ୍ଧ ଜଣକ ସାଇକେଲ ଯୋଗେ ଯାଉଥିବା ସମୟରେ ପଛପଟୁ ଧକ୍କା ଦେଇଥିଲା ମାଲ ବୋଝେଇ ଟ୍ରକ । ଏହାସହ ଟ୍ରକଟି ତାଙ୍କ ମୁଣ୍ଡରେ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ତେବେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ମୃତଦେହ ଉଦ୍ଧାର କରି ମଣଦା ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରକୁ ଆଣିଥିଲେ । ସେଠାରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ