ETV Bharat / state

ଆକାଶରୁ ଖସିଲା ବଜ୍ର, ଚାଲିଗଲା ନବ ବିବାହିତାଙ୍କ ଜୀବନ - ବଜ୍ରପାତରେ ନବ ବିବାହିତା ମହିଳାଙ୍କ ମୃତ୍ୟୁ

ବଜ୍ରାଘାତରେ ନବ ବିବାହିତା ମହିଳାଙ୍କ ମୃତ୍ୟୁ । ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ହିକେଇସାହିରେ । ଅଧିକ ପଢ଼ନ୍ତୁ

ଚାଲିଗଲା ନବ ବିବାହିତା ମହିଳାଙ୍କ ଜୀବନ
ଚାଲିଗଲା ନବ ବିବାହିତା ମହିଳାଙ୍କ ଜୀବନ
author img

By

Published : May 3, 2023, 9:50 PM IST

ରାଇରଙ୍ଗପୁର :କାଳବୈଶାଖୀ ସାଜିଲା କାଳ । ବଜ୍ରାଘାତରେରେ ନବ ବିବାହିତା ମହିଳାଙ୍କ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ହିକେଇସାହିରେ ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଣୀପାଳ ଗ୍ରାମର ସିଦ୍ଧ‌ ମାରାଣ୍ଡିଙ୍କ ସହିତ ହିକେଇ ସାହିର ବବିତା ମାରାଣ୍ଡିଙ୍କ ବିବାହ ଚାରି ପାଞ୍ଚ ମାସ ପୂର୍ବରୁ ସାନ୍ତାଳୀ ରୀତିନୀତିରେ ହୋଇଥିଲା । ବବିତା ମାରାଣ୍ଡି ବାପାଘର ହିକେଇସାହିକୁ କିଛି ଦିନ ପୂର୍ବରୁ ଆସିଥିଲେ । ତେବେ ଆଜି ଦିନ ପ୍ରାୟ ୧୨ଟା ସମୟ ପାଖାପାଖି କାଳବୈଶାଖୀ ଜନିତ ବର୍ଷା ହୋଇଥିଲା । ଏହା ପ୍ରଭାବରେ ପ୍ରବଳ ବିଜୁଳି ଓ ଘଡଘଡି ହେଉଥିଲା । ସେହି ସମୟରେ ବବିତା ଘରେ ଥିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଅଚେତ ହୋଇଯାଇଥିଲେ । ପରିବାର ଲୋକେ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ଗୋରୁମହିଷାଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ଆସନ୍ତା କାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏପରି ଦଃଖଦ ଖବରକୁ ନେଇ ପରିବାର ସହ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ସେହିପରି ଗତ କିଛି ଦିନ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଯୋଗୁଁ ପାଞ୍ଚ ଜଣଙ୍କର ଜୀବନ ଚାଲି ଯାଇଥିଲା । ଗତ ଗୁରୁବାର କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମ ନିକଟରେ କାଳ ବୈଶାଖୀ ପ୍ରଭାବରେ ହଠାତ୍ ପ୍ରବଳ ଘଡଘଡି, ବିଜୁଳି ସହିତ ଝଡ଼ ବର୍ଷା ହୋଇଥିଲା । ଦରି ଗ୍ରାମର ନନ୍ଦି ପୂର୍ତ୍ତି ଏବଂ ଲାମରା ପୂର୍ତ୍ତି କୌଣସି କାମରେ ବାହାରକୁ ଯାଇଥିଲେ । ଗ୍ରାମ ପହଞ୍ଚିବାକୁ ଆଉ କିଛି ବାଟ ଥିବା ବେଳେ ହଠାତ୍ ଆକାଶରୁ ବଜ୍ର ପଡ଼ିଥିଲା । ଫଳରେ ଦୁହେଁ ସେହିଠାରେ ହିଁ ଟଳି ପଡ଼ିଥିଲେ । ଗତ ଏପ୍ରିଲ ୮ ତାରିଖରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଙ୍କୁରା ଗ୍ରାମରେ ବଜ୍ରାଘାତ ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.