ETV Bharat / state

ଝାଡ଼ଖଣ୍ଡରେ ରାଇରଙ୍ଗପୁରର ଯୁବକଙ୍କୁ ଖଣ୍ଡଖଣ୍ଡ କରି ଫୋପାଡ଼ି ଦେବା ଘଟଣା, ଦୁଇ ଗିରଫ - ବ୍ୟକ୍ତିଙ୍କୁ ହତ୍ୟା କରି ଫୋପାଡ଼ି ଦେବା ଘଟଣା

ଝାଡ଼ଖଣ୍ଡରେ ରାଇରଙ୍ଗପୁର ଅଞ୍ଚଳର ବ୍ୟକ୍ତିଙ୍କୁ ବିଭତ୍ସ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ରାଇରଙ୍ଗପୁର ଥାନା ପୋଲିସ । ଅଧିକ ପଢ଼ନ୍ତୁ

odisha man killed in Jharkhand
ଝାଡ଼ଖଣ୍ଡରେ ଓଡ଼ିଶା ଯୁବକଙ୍କୁ ହତ୍ୟା
author img

By

Published : Apr 25, 2023, 9:28 PM IST

ଝାଡ଼ଖଣ୍ଡରେ ଓଡ଼ିଶା ଯୁବକଙ୍କୁ ହତ୍ୟା

ରାଇରଙ୍ଗପୁର: ଝାଡ଼ଖଣ୍ଡରେ ରାଇରଙ୍ଗପୁର ଅଞ୍ଚଳର ବ୍ୟକ୍ତିଙ୍କୁ ବିଭତ୍ସ ହତ୍ୟା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ରାଇରଙ୍ଗପୁର ଥାନା ପୋଲିସ । ଏହି ଘଟଣାରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଟାଟାରୁ ପୋଲିସ ଗିରଫ କରିଛି । ମୃତକ ଜଣକ ଗତ ମାର୍ଚ୍ଚ ମାସ ୨୦ ତାରିଖରୁ ନିଖୋଜ ଥିବାବେଳେ ତାଙ୍କୁ ହତ୍ୟା କରାଯାଇ ମୃତଦେହକୁ ଖଣ୍ଡଖଣ୍ଡ କରି ଫୋପାଡ଼ି ଦିଆଯାଇଥିଲା । ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୭ ଗଡର ଡମ୍ବରୁଧର ମହାନ୍ତି ଓରଫ ବିକି । ଗତ ମାର୍ଚ୍ଚ ୨୦ ତାରିଖରୁ ସେ ନିଖୋଜ ଥିବା ନେଇ ଏପ୍ରିଲ ୧୩ରେ ବିକିଙ୍କ ପତ୍ନୀ ଇନୁଶ୍ରୀ ମହାନ୍ତି ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ନେତୃତ୍ବରେ ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜଙ୍କୁ ନେଇ ଏକ ଆଠ ଜଣିଆ ସ୍ବତନ୍ତ୍ର ଦଳ ଗଠନ କରା ଯାଇଥିଲା। ଏହାପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ବିକି ଜାମସେଦପୁର ସୋନାରିରେ ରହୁଥିବା ଖୁସବୁ ସାଗରଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା । ଅନେକ ସମୟରେ ସେ ତାଙ୍କ ଘରକୁ ଯାଆସ କରୁଥିଲେ । ଏହାପରେ ପୋଲିସ ଦ୍ବାରା ଗଠିତ ଏହି ଟିମ୍ ଜାମସେଦପୁରର ସୋନାରି ପୋଲିସ ସହାୟତାରେ ଉଭୟ ଅଭିଯୁକ୍ତ କମଳାକାନ୍ତ ସାଗର ଓ ତାଙ୍କ ସ୍ତ୍ରୀ ଖୁସବୁ ସାଗରଙ୍କୁ ଗିରଫ କରିଥିଲା । ଉଭୟଙ୍କୁ ପଚରାଉଚରା ପରେ ସେ ବିକିଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଝାଡଖଣ୍ଡରେ ଓଡିଶା ଯୁବକଙ୍କୁ ହତ୍ୟା, ଖଣ୍ଡ ଖଣ୍ଡ କରି ଫୋପାଡି ଦେଲେ ଦମ୍ପତି

ମାର୍ଚ୍ଚ ୨୧ ତାରିଖ ଦିନ ଖୁସବୁ ସାଗର ଝାଡ଼ଖଣ୍ଡର ସୋନାରି ସ୍ଥିତ ବାସଭବନରେ ବିକିଙ୍କୁ ମୃଦୁ ପାନୀୟରେ ନିଦ ବଟିକା ଦେଇ ଚେତାଶୂନ୍ୟ କରିଦେଇଥିଲେ । ଏହାପରେ ଏକ ଛୁରୀ ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିଲେ। ପରେ ଏକ କଟର୍ ସାହାଯ୍ୟରେ ଶରୀରକୁ ଖଣ୍ଡଖଣ୍ଡ କରି ଚାରୋଟି ସୁଟକେସରେ ଭର୍ତ୍ତି କରି ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥିଲେ। ଥନଥନ ଘାଟି, ଜମ୍ବାନି ଏବଂ କମଲପୁର ବୋଡମ ପୋଲିସ ଷ୍ଟେସନ, ଟାଟା ରାଞ୍ଚି ରୋଡ ରାସ୍ତାରେ ମୃତ ଶରୀରର ଖଣ୍ଡ ଖଣ୍ଡ ଅଂଶକୁ ଫୋପାଡ଼ି ଥିବା କହିଛନ୍ତି ଅଭିଯୁକ୍ତ । ଅଭିଯୁକ୍ତ ଦମ୍ପତ୍ତିଙ୍କ ବୟାନ ଆଧାରରେ ରାଇରଙ୍ଗପୁର ପୋଲିସର ଟିମ୍ ସେହି ସ୍ଥାନ ଗୁଡ଼ିକରୁ ସୁଟକେସରେ ଭର୍ତ୍ତି ଥିବା ମୃତ ଶରୀରର ଖଣ୍ଡ ଖଣ୍ଡ ଅଂଶ ଗୁଡ଼ିକୁ ଜବତ କରିଥିଲା । ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ଖଣ୍ଡ ଖଣ୍ଡ ଶରୀରକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ପଠା ଯାଇଥିଲା। ତେବେ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଏନେଇ ରାଇରଙ୍ଗପୁର ଏସଡିପିଓ କହିଛନ୍ତି, "ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଅଭିଯୁକ୍ତ ମହିଳାଙ୍କ କହିବା ଅନୁଯାୟୀ, ପରକୀୟା ପ୍ରତି ନେଇ ବିକି ଖୁସବୁଙ୍କୁ ହଇରାଣ ହରକତ କରୁଥିଲେ । ଏଥିରେ ଅତିଷ୍ଟ ହୋଇ ସେ ହତ୍ୟା କରିଥିବା କହିଛନ୍ତି । ଏହି ଘଟଣାର ତଦନ୍ତ ଜାରି ରହିଛି ।" ଅନ୍ୟପଟେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ମାଆ ଦାବି କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.