ETV Bharat / state

Hanging Dead Body found: ଦୂର ସମ୍ପର୍କୀୟ ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ଭାଇ ଭଉଣୀଙ୍କ ଆତ୍ମହତ୍ୟା

ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଦୂର ସମ୍ପର୍କୀୟ ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ(Hanging Dead Body found in mayurbhanj) ଉଦ୍ଧାର। ଅଧିକ ପଢନ୍ତୁ

Hanging Dead Body Rescue: ଦୂର ସମ୍ପର୍କୀୟ ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Nov 25, 2021, 11:10 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଦ୍ବୟ ଦୂର ସମ୍ପର୍କୀୟ ଭାଇ-ଭଉଣୀ ହୋଇଥିବା ସୂଚନା ।

Hanging Dead Body Rescue: ଦୂର ସମ୍ପର୍କୀୟ ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖବର ଅନୁଯାୟୀ ଆଜି(ଗୁରୁବାର) ସକାଳେ ଗାଁ ପାଖ କେନାଲ ପାର୍ଶ୍ଵ ଆମ୍ବଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଉଦ୍ଧାର ଯୁବକ ଓ ଯୁବତୀ ଗ୍ରାମର ସନାତନ ନାଏକଙ୍କ 16 ବର୍ଷୀୟ ପୁଅ ରାଜୁ ନାଏକ ଏବଂ ବିଶ୍ୱାଳ ଭକ୍ତାଙ୍କ 14 ବର୍ଷୀୟ ଝିଅ ସୀମା ଭକ୍ତା । ତେବେ ସବୁଠାରୁ ବଡ଼ କଥା ହେଉଛି କି ଏମାନେ ସମ୍ପର୍କରେ ମାଉସୀ ପୁଅ ଭାଇ ଏବଂ ମାଉସୀ ଝିଅ ଭଉଣୀ ହେବେ (Deceased happen to be siblings) । ଉଭୟଙ୍କ ପରିବାରଲୋକ ଧାନ କାଟିବାକୁ ବାଲେଶ୍ଵର ଜିଲ୍ଲାକୁ ଯାଇ ଥିବାବେଳେ ଘଟିଛି ଏହି ଅଘଟଣ ।

କେଉଁ କାରଣରୁ ଏମାନେ ଆତ୍ମହତ୍ୟା କରିଛନ୍ତି ସେନେଇ ସ୍ପଷ୍ଟ ହୋଇନାହିଁ । କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ପ୍ରବୋଧ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.