ETV Bharat / state

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ଝୁଲନ୍ତା ମୃତଦେହ ଉଦ୍ଧାର ମୟୂରଭଞ୍ଜ

ମାମୁଁଘର ଗାଁରେ ଭାଣିଜୀର ଝୁଲନ୍ତା ମୃତଦେହ ଉଦ୍ଧାର । କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ...

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Jun 23, 2021, 12:14 PM IST

ରାଇରଙ୍ଗପୁର: ନିମ୍ବ ଗଛରୁ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ବଡ଼ ନାରାଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଆଜି(ବୁଧବାର) ସକାଳୁ ଗାଁ ପାଖ ଏକ ନିମ୍ବ ଗଛରେ ଜଣେ ନାବାଳିକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ ।

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ନାବାଳିକାଙ୍କ ପରିଚୟ ପାଇ ତାଙ୍କ ମାମୁଁ ଘରକୁ ଖବର ଦେବା ସହିତ ତିରିଂ ଥାନା ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ସାଇଣ୍ଟିଫିକ ଟିମ୍କୁ ଡାକି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତ ନାବାଳିକା ଜଣକ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡଙ୍ଗାପାଣି ଗ୍ରାମର ଡିବାର ନାଏକଙ୍କ ଝିଅ ସୋମବାରୀ ବାନରା(୧୫) ବୋଲି ଜଣାପଡିଛି । ମୃତ ସୋମବାରୀ ଦେଓଗାଁ ସ୍ଥିତ ନିଜ ମାମୁଁ ଘରେ ୨ ମାସ ହେବ ରହୁଥିଲେ । ମାମୁଁ ଘର ସହିତ ଦେଓଗାଁ ଗ୍ରାମର ୫/6 ଟି ପରିବାର ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରି ଥିବାବେଳେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ପଡୋଶୀଙ୍କ ଘରେ ଖ୍ରୀଷ୍ଟ ଧର୍ମ ଅନୁସାରେ ଅନୁଷ୍ଠିତ ହେଉଥିବା ପ୍ରର୍ଥନା ସଭାରେ ଯୋଗ ଦେବାକୁ ଯାଇ ସମବାରୀ ବାନରା ଆଉ ଘରକୁ ଫେରି ନଥିଲେ । ପରେ ସକାଳେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.