ETV Bharat / state

ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ବୀଭତ୍ସ ହତ୍ୟା ! ପଡୋଶୀଙ୍କ ନାଁରେ ଅଭିଯୋଗ ଆଣିଲେ ମୃତକଙ୍କ ମା'

author img

By ETV Bharat Odisha Team

Published : Oct 12, 2023, 3:27 PM IST

ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଚୋରି କରିଥିବା ସନ୍ଦେହରେ ଜଣେ ନାବାଳିକାକୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ନାବାଳିକାର ପରିବାର ଲୋକେ । ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି ପୋଲିସ । ଅଧିକ ପଢନ୍ତୁ

murder allegation on neighbour
ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା ଅଭିଯୋଗ
ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର: ସାମାନ୍ୟ ଗଛ ପାଇଁ ନାବାଳିକାକୁ ବୀଭତ୍ସ ହତ୍ୟା ଅଭିଯୋଗ । ୧୨ ବର୍ଷର ଝିଅକୁ ପଡୋଶୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ନୃଶଂସ କାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଭାଲୁହୁରୁଡ଼ା ଗ୍ରାମରେ । ଭଲ ଭାବରେ ଜୀବନ କ'ଣ ଜାଣି ନଥିବା ୧୨ ବର୍ଷର ଝିଅକୁ ପଡୋଶୀ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ନାବାଳିକାଙ୍କ ମାଆ । ତେବେ ସାମାନ୍ୟ ଏକ ଗେଣ୍ଡୁ ଗଛ ପାଇଁ ଏପରି କିଛି ଅମାନବୀୟ ଘଟଣା ଘଟିଛି ଉଦଳା ଥାନା ଅଞ୍ଚଳରେ । ଗେଣ୍ଡୁ ଗଛ ଚୋରି କରିବା ଅଭିଯୋଗରେ ନାବାଳିକାକୁ ହତ୍ୟା କରାଯାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଭାଲୁହୁରୁଡ଼ା ଗ୍ରାମର ସୀତା ହାଁସଦା ନିଜ ୧୨ ବର୍ଷର ଝିଅ ସରସ୍ବତୀକୁ ପଡୋଶୀଙ୍କ ଘରେ ଛାଡି ଭୁବନେଶ୍ୱର ଯାଇଥିଲେ । ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବାବେଳେ ତା'ର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ମନସ୍ଥ କରିଥିଲେ ସୀତା । ତେବେ ବୁଧବାର ମଧ୍ୟାହ୍ନ ସମୟରେ ସରସ୍ବତୀ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା ନେଇ ସୀତାଙ୍କୁ ଫୋନ ଯୋଗେ ଜଣାଇଥିଲେ ପଡୋଶୀ । ଭୁବନେଶ୍ୱରରୁ ସୀତା ଏବଂ ତାଙ୍କ ସ୍ବାମୀ ରାତିରେ ନିଜ ଗାଁକୁ ଆସି ପହଞ୍ଚିଥିଲେ । ଘରେ ପହଞ୍ଚି ଘରର ଦ୍ୱାର ନିକଟରେ ଝିଅ ସରସ୍ବତୀର ମୃତଦେହ ଦେଖିବାକୁ ପାଇଥିଲେ । ତୁରନ୍ତ ଏସମ୍ପର୍କରେ ଉଦଳା ଥାନା ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ ।

ଏହା ବି ପଢନ୍ତୁ...ବ୍ରହ୍ମପୁରରେ CWC ସଦସ୍ୟଙ୍କୁ ନିର୍ମମ ହତ୍ୟା, ଡ୍ରାଇଭର ଅଟକ

ତେବେ ମୃତଦେହର ବେକରେ ଏକ ଓଢଣୀ ଲଗାଯାଇଥିବା ଦେଖିବାକୁ ମିଳିଥିବାବେଳେ ଶରୀରରେ କ୍ଷତ ଚିହ୍ନ ମଧ୍ୟ ରହିଥିଲା । ତେବେ ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ତାଙ୍କ ଝିଅ ସରସ୍ବତୀକୁ ନିର୍ଘାତ ମାଡ଼ ମାରି ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟା ଜନିତ ମୃତ୍ୟୁ ରୂପ ଦେବାକୁ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ନାବାଳିକାଙ୍କ ମା'। ସେପଟେ ଉଦଳା ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିବା ଜଣାପଡିଛି ।

ତେବେ ଏହି ଘଟଣାର କାରଣ ଜାଣିବା ପାଇଁ ସମସ୍ତ ଦିଗରୁ ଉଦଳା ଥାନା ପୋଲିସ ଛାନଭିନ ଜାରି ରଖିବା ସହିତ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରିଛି । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଉଦଳା ମେଡିକାଲକୁ ପଠାଇଥିଲା ପୋଲିସ । ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.