ETV Bharat / state

ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ ମୟୂରଭଞ୍ଜ ପ୍ରସ୍ତୁତ - mayurbhanj ready for cyclone bulbul

ଆଉ କିଛି ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ମୟୂରଭଞ୍ଜ ଜିଲ୍ଲା ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ।

ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ ମୟୂରଭଞ୍ଜ ପ୍ରସ୍ତୁତ
author img

By

Published : Nov 9, 2019, 1:01 AM IST

ବାରିପଦା: ସାମୁଦ୍ରିକ ‘ବୁଲବୁଲ’ ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବାତ୍ୟା ଯେତେ ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ଏହାର ପ୍ରଭାବ ସେତେ ସେତେ ବଢୁଛି ।

ତେବେ ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବାତ୍ୟା ବୁଲବୁଲ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ବିଶେଷ କରି ବାଲେଶ୍ଵର ଜିଲ୍ଲାକୁ ଲାଗିକି ଥିବା ବ୍ଳକ ଗୁଡିକରେ ବିଶେଷ ଧ୍ୟାନ ଦିଆଯାଉଛି ।

ବାତ୍ୟା ‘ବୁଲବୁଲ’ର ମୁକାବିଲା ପାଇଁ ମୟୂରଭଞ୍ଜ ପ୍ରସ୍ତୁତ

ଜିଲ୍ଲାର ବେତନଟୀ, ବଡ଼ସାହି, ମୋରଡ଼ା, ରାସଗୋବିନ୍ଦପୁର ବ୍ଲକ ଗୁଡିକରେ ନଦୀ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ କରାଯିବା ସହ ବର୍ଷାର ପରିମାଣ ବଢିଲେ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ। ଅନ୍ୟପକ୍ଷରେ ଜିଲ୍ଲାର ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ସହ ସବୁ ବିଭାଗ ସମ୍ପୂର୍ଣ୍ଣ ସଜାଗ ଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ପରିଡା, ଇଟିଭି ଭାରତ

Intro:Body:ବାତ୍ୟା ‘ବୁଲବୁଲ’ ମୁକାବିଲା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ବାତ୍ୟା ଯେତେ ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ଏହାର ପ୍ରଭାବ ସେତେ ସେତେ ପଡୁଛି । ତେବେ ୯ ତାରିଖ ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡପଲ କରିବାକୁ ଥିବା ବେଳେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି ।ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବାତ୍ୟା ବୁଲବୁଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି, ଜିଲ୍ଲା ପ୍ରଶାସନ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ମୁଖ୍ୟତଃ ବାଲେଶ୍ଵର ଜିଲ୍ଲା କୁ ଲାଗିକି ଥିବା ବ୍ଳକ ଗୁଡିକରେ ବିଶେଷ ଧ୍ୟାନ ଦିଆଯାଉଛି । ମୟୁରଭଞ୍ଜ ଜିଲ୍ଲା ବେତନଟୀ, ବଡ଼ସାହି, ମୋରଡ଼ା, ରାସଗୋବିନ୍ଦପୁର ବ୍ଲକ ଗୁଡିକ ରେ ନଦୀ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ କରାଯିବା ସହ ବର୍ଷା ର ପରିମାଣ ବଢିଲେ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଫିସର। ଅନ୍ୟପକ୍ଷରେ ଜିଲ୍ଲାର ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ସହ ସବୁ ବିଭାଗ ସମ୍ପୂର୍ଣ୍ଣ ସଜାଗ ଥିବା କହିଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ।
ବାଇଟ-1-ସୁଜୟ କୁମାର ପତି-ଜିଲ୍ଲା ଜରୁରୀକାଳୀନ ଅଧିକାରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.