ETV Bharat / state

ଆରପାରିରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ - mayurbhanj rajamata bharti rajayalaxmi bhanjdeo passes away

ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

MAYURBHANJ RAJMATA
ଆରପାରିରେ ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ
author img

By

Published : Jul 13, 2020, 8:55 AM IST

Updated : Jul 13, 2020, 5:12 PM IST

ବାରିପଦା: ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା ।

MAYURBHANJ RAJMATA
ଆରପାରିରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ

ସୂଚନାନୁଯାୟୀ, ଗତକାଲି ମଧ୍ୟରାତ୍ରିରେ ରାଜମାତାଙ୍କ ଦେହାନ୍ତ ହୋଇଥିଲା । ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୂରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ । ତାଙ୍କ ସ୍ବାମୀ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କ ଗତ ୨୦୦୦ ମସିହାରେ ପରଲୋକ ହୋଇଥିଲା । ତାଙ୍କର ୩ ଝିଅ ଓ ଜଣେ ପୁଅ ଅଛନ୍ତି । ତାଙ୍କ ପୁଅ ତଥା ପ୍ରବୀଣ ଚନ୍ଦ୍ର ଭଞଦେବ ମୟୂରଭଞ୍ଜ ଜିଲ୍ଲାର ମୋରଡା ବିଧାନସଭା କ୍ଷେତ୍ରରୁ ୨ ଥର ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ରାଜମାତା ୧୯୨୮ ମସିହା ପେବୃଆରୀ 17ରେ ନେପାଳ ରାଜପ୍ରସାଦରେ ଜନ୍ମ ହୋଇଥିଲେ । ସେ ୧୯୫୨ ମସିହାରେ ମୟୂରଭଞ୍ଜ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ମୟୂରଭଞ୍ଜ ଜିଲ୍ଲାର ମହାରାଣୀ ହୋଇଥିଲେ । ଗତକାଲି ରାଜମାତା ଦିନରେ ସୁସ୍ଥ ଥିଲେ । ସକାଳ ଜଳଖିଆ ସହ ଦିନ ଓ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ । ସେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରବୀଣ ଭଞ୍ଜଦେଓ ଗତକାଲି କୋଲକାତାରେ ଥିବାବେଳେ ରାତ୍ରିରେ ବାରିପଦା ରାଜବାଟୀକୁ ଫେରି ଆସିଛନ୍ତି । ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଜଣେ ଧର୍ମପରାୟଣ, ପରୋପକାରୀ, ମାନବତାବାଦୀ ଚିନ୍ତାଧାରା ମହିଳା ଥିଲେ । ତାଙ୍କ ଉଦ୍ୟମରେ ମୟୂରଭଞ୍ଜ ଛଉ ନୃତ୍ୟ, କଳା ସଂସ୍କୃତିର ସଂରକ୍ଷଣ ସହ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜୈବମଣ୍ଡଳର ସଂରକ୍ଷଣ ପାଇଁ ଅନେକ କାର୍ଯ୍ୟ କରିଛନ୍ତି ।

ତେବେ ରାଜମାତାଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ଅନେକ ନେତା ସାମିଲ ହୋଇଥିଲେ । ତାଙ୍କ ବିୟୋଗରେ ସମଗ୍ର ମୟୂରଭଞ୍ଜରେ ଶୋକର ଛାୟା ଖେଳିଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jul 13, 2020, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.