ETV Bharat / state

ନେହେରୁ ଯୁବକେନ୍ଦ୍ର ପାଳିଲା ରାଷ୍ଟ୍ରୀୟ ପୋଷଣ ଦିବସ

author img

By

Published : Sep 20, 2020, 7:54 PM IST

ମୟୁରଭଞ୍ଜ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପାଳିତ ହୋଇଛି ରାଷ୍ଟ୍ରୀୟ ପୋଷଣ ଦିବସ । ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ ମଝିଗାଁ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରରେ ନେହେରୁ ଯୁବକେନ୍ଦ୍ରର ସଦସ୍ୟମାନେ ପୋଷଣ ଦିବସ ପାଳନ କରିଛନ୍ତି ।

Mayurbhanj NYK celebrates National Nutrition month
ନେହେରୁ ଯୁବକେନ୍ଦ୍ର ପାଳିଲା ରାଷ୍ଟ୍ରୀୟ ପୋଷଣ ଦିବସ

ରାଇରଙ୍ଗପୁର: ମୟୁରଭଞ୍ଜ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପାଳିତ ହୋଇଛି ରାଷ୍ଟ୍ରୀୟ ପୋଷଣ ଦିବସ । ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ ମଝିଗାଁ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରରେ ନେହେରୁ ଯୁବକେନ୍ଦ୍ରର ସଦସ୍ୟମାନେ ପୋଷଣ ଦିବସ ପାଳନ କରିଛନ୍ତି ।

ସ୍ଥାନୀୟ ମହିଳା ଓ ଶିଶୁଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ନେହେରୁ ଯୁବକେନ୍ଦ୍ର ସଂଗଠନର ସ୍ବୟଂ ସେବିକା ଲଳିତା ମହାନ୍ତ, ସଭାନେତ୍ରୀ ଭାବେ ସଭାପତିତ୍ବ କରିଥିଲେ । ଅଙ୍ଗନଓ୍ବାଡି କର୍ମୀ ସାଲଗେ ମାରାଣ୍ଡି, ମଝିଗାଁ ଗ୍ରାମର ଆଶାକର୍ମୀ ଶିବାନୀ ବାରିକ, ଆଦର୍ଶ କ୍ଲବର ସଂପାଦକ ସଞ୍ଜୟ ପଲେଇ ମଧ୍ୟ ଉପସ୍ଥିତ ରହିଥିଲେ । ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ଉପଯୁକ୍ତ ସ୍ବାସ୍ଥ୍ୟ ଓ ଶାରୀରିକ ଗଠନରେ ଆବଶ୍ୟକ ପୋଷକ ତତ୍ବ ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ ନେଇ ସଚେତନ କରଯାଇଥିଲା ।

ଏଥିସହିତ ଦୈନନ୍ଦିନ ଜୀବନରେ ସ୍ବଚ୍ଛତାର ଆବଶ୍ୟକତା ବିଷୟରେ ମଧ୍ୟ ସଚେତନ କରାଯାଇଥିଲା । ନିଜେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ଦେଶର ଭବିଷ୍ୟତ ଦେଶର ନାଗରିକଙ୍କ ଉପରେ ନିର୍ଭର । ସେଥିପାଇଁ ପରିବେଶକୁ ସ୍ବଚ୍ଛ ରଖିବା ସହ ନିଜେ ସୁସ୍ଥ ରହିବା ଆବଶ୍ୟକ ବୋଲି ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ସ୍ବୟଂ ସେବିକା ଲଳିତା ମହାନ୍ତ କହିଥିଲେ।

ମୟୁରଭଞ୍ଜରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.