ବାରିପଦା: କୋରୋନା ସଂକ୍ରମଣ ରୋକିବାକୁ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶୀତଋତୁରେ କୋରୋନା ପ୍ରକୋପ ବୃଦ୍ଧି ପାଇବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇବା ପରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି ।
ଜିଲ୍ଲା ପୋଲିସ ପକ୍ଷରୁ ବାରିପଦା ସହରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ସବୁଜ ପତାକା ଦେଖାଇ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ଗାଁ ଗହଳିକୁ ଯାଇ ଲୋକଙ୍କୁ ସଚେତନତା କରିବ । ପୋଲିସ ପ୍ରଶାସନ ପକ୍ଷରୁ ମାସ୍କ ଓ ସାନିଟାଇଜର ମଧ୍ୟ ବଣ୍ଟନ ହୋଇଥିଲା । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଦ୍ୱାରା କୋରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମୟୂରଭଞ୍ଜ ଏସପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ