ETV Bharat / state

ଶହୀଦଙ୍କୁ ଭୁଲିଗଲେ ସରକାର, ଚିହ୍ନି ପାରିଲେନି ମୂର୍ତ୍ତିକାର - ଦାନ୍ତେୱାଡା

ଦେଶ ପାଳୁଛି 73 ତମ ସ୍ଵାଧୀନତା ଦିବସ । ହେଲେ ଦେଶ ପାଇଁ ଶହୀଦ ଯବାନଙ୍କ ପରିବାରକୁ ସରକାରଙ୍କ ଅଣଦେଖା ।

ସହୀଦଙ୍କ ମୁହଁ ସହ ମିଶୁନି ପ୍ରତିମୂର୍ତ୍ତୀ
author img

By

Published : Aug 22, 2019, 8:03 PM IST

Updated : Aug 23, 2019, 3:43 PM IST

ବାରିପଦା: 2010 ମସିହା ଅପ୍ରେଲ ମାସ 6 ତାରିଖରେ ଛତିଶଗଡ଼ ଦାନ୍ତେୱାଡାରେ ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ ସିଆରପିଏଫ- 62 ବାଟାଲିୟନର 76 ଯବାନ ଜଗେଶ୍ଵର ନାୟକ । ନକ୍ସଲଙ୍କ ଦ୍ବାରା ହୋଇଥିବା ବିସ୍ଫୋରଣରେ ଓଡିଶାରୁ ଜଗେଶ୍ଵରଙ୍କୁ ମିଶାଇ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ ।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ପାଣିଷୋଳ ଗ୍ରାମର ଜଗେଶ୍ଵର 2004 ମସିହାରେ ସିଆରପିଏଫ ର 62 ବାଟାଲିୟନରେ ଯୋଗ ଦେଇଥିଲେ । ଆହ୍ଲାବାଦରେ ଟ୍ରେନିଂ ସରିବା ପରେ ପ୍ରଥମେ କାଶ୍ମୀର ଓ ପରେ ଛତିଶଗଡ ଦାନ୍ତେୱାଡାରେ କାର୍ଯ୍ୟରତ ଥିଲେ ।

ଶହୀଦଙ୍କୁ ଭୁଲିଗଲେ ସରକାର, ଚିହ୍ନି ପାରିଲେନି ମୂର୍ତ୍ତିକାର

ଦେଶ ପାଇଁ ଶହୀଦ ହୋଇଥିବା ଜଗେଶ୍ଵରଙ୍କୁ ଆଜି ବି ଝୁରୁଛି ପରିବାର। ପୁଅର ମୃତ୍ୟୁ ପରେ ମନ ଯେତିକି ଦୁଃଖ ଥିଲା ଦେଶ ପାଇଁ ଶହୀଦ ହୋଇଥିବାରୁ ପରିବାର ସେତିକି ଗର୍ବ ଅନୁଭବ କରୁଥିବା କୁହନ୍ତି ବାପା । ଏବେବି ମନର କୋହକୁ ବୁଝାଇ ପାରୁନାହାନ୍ତି ଜଗେଶ୍ଵର ଙ୍କ ପରିବାର । ବାପା, ମା, ସ୍ତ୍ରୀ, ସାନଭାଇ ଓ ଗୋଟିଏ ଝିଅକୁ ନେଇ ଶହୀଦ ଜଗେଶ୍ଵର ଙ୍କ ପରିବାର ।

ସେହି ସମୟରେ ସମବେଦନା ଜଣାଇବା ପାଇଁ ଶହୀଦଙ୍କ ବାସଭବନରେ ନେତା, ମନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ ଦେଖିବାକୁ ମିଳିଥିଲା । ସରକାରଙ୍କ ପକ୍ଷରୁ ବହୁତ ଯୋଜନା ପାଇଁ ମଧ୍ୟ ପ୍ରତିଶୃତି ଦିଆଯାଇଥିଲା । ପରିବାରରୁ ଜଣକୁ ସରକାରୀ ଚାକିରି ସହ ଶହୀଦଙ୍କ ନାମରେ ଏକ କ୍ଲବଘର ବା ରାସ୍ତା ନିର୍ମାଣ ପାଇଁ ଦିଆଯାଇଥିବା ପ୍ରତିଶୃତି ଏବେ ପାଣିଗାର । ସେତେବେଳେ ବାଙ୍ଗରିପୋଷୀ ବିଧାୟିକା ଥିବା ସରୋଜିନି ହେମ୍ବ୍ରମ ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରିଥିଲେ, ଯାହା ଶହୀଦ ଜଗେଶ୍ଵରଙ୍କ ମୁହଁ ସହ ମିଶୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ସାନଭାଇ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

Intro:Body:Conclusion:
Last Updated : Aug 23, 2019, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.