ETV Bharat / state

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ - rairungpur news

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧକ ବନାଇ ଲକ୍ଷାଧିକ ଟଙ୍କା ଲୁଟ । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ
ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ
author img

By

Published : Apr 5, 2021, 6:21 AM IST

ରାଇରଙ୍ଗପୁର: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ । ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଭାଲୁବାସା ଗ୍ରାମ ନିକଟରେ ଥିବା ସାକାମ୍ବରି ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି।

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ

ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ସମୟରେ 6 ରୁ 8 ଜଣ ଡକାୟତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ବନ୍ଧକ ବନେଇବା ସହ ମାଡ ମାରି ଲୁଟ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ହଠାତ ପେଟ୍ରୋଲ ପମ୍ପକୁ ପଶି ଆସି କର୍ମଚାରୀଙ୍କୁ ମାଡ ମାରିବା ସହ ଅଫିସରେ ପଶି ଲକ୍ଷାଧିକ ଟଙ୍କା ଡକାୟତି କରିଥିଲେ। ଲୁଟ ପରେ କର୍ମଚାରୀଙ୍କୁ ବନ୍ଧକ ରଖି ଦୁର୍ବୃତ୍ତମାନେ ଫେରାର ହୋଇଯିବା ନେଇ ସଫଳ ହୋଇଥିଲେ । ପେଟ୍ରୋଲ ପମ୍ପର ସିସିଟିଭି ବକ୍ସକୁ ମଧ୍ୟ ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଅନ୍ୟପଟେ କର୍ମଚାରୀଙ୍କ ମୋବାଇଲ ମଧ୍ୟ ଛଡାଇ ନେଇଯାଇଛନ୍ତି ଦୁବୃର୍ତ୍ତ । 8 ଦୁବୃର୍ତ୍ତ ଆସିଥିବାବେଳେ ସେମାନଙ୍କ ନିକଟରେ ପ୍ରାୟ 4 ଜଣଙ୍କ ପାଖରେ ବନ୍ଧୁକ ଥିବା କହିଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ତେବେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.