ରାଇରଙ୍ଗପୁର: ସାରା ଦେଶରେ କୋରୋନା ଆତଙ୍କ। ଏହାର ପ୍ରଭାବ ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ବେଳେ ରାଇରଙ୍ଗପୁରରେ ମଧ୍ୟ ସିଧାସଳଖ ପ୍ରଭାବ ପଡ଼ିଛି। ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରେ ସାମାଜିକ ଦୂରତ୍ବ ବଜାୟ ରଖି ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ନିତିକାନ୍ତି ସମାପନ କରାଯାଇଛି।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଲକ୍ ଡାଉନ୍ କଟକଣା ପାଇଁ ଜଗନ୍ନାଥ ମନ୍ଦିର ପରିସରରେ ସମସ୍ତ ନୀତି କାନ୍ତି ସମ୍ପନ୍ନ ପରେ ହିଁ ମନ୍ଦିରର ମୁଖ୍ୟ ପୂଜକ ରଥକାଠ ର ପୂଜାର୍ଚ୍ଚନା କରି ରଥ କାର୍ଯ୍ୟର ଅନୁକୂଳ କରିଥିଲେ।
![Lock down rules](https://etvbharatimages.akamaized.net/etvbharat/prod-images/6948053_od_rairanghpur-ratha-katha_rtg-1.bmp)
ତେବେ କୋରୋନା କଟକଣା ପାଇଁ ରଥଟଣା ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବା ବେଳେ ପ୍ରଶାସନିକ ନୀତିନିୟମ ଅନୂ୍ସାରେ ଏ ବର୍ଷ ରଥଟଣା କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ