ETV Bharat / state

ମହିଳା ହୋମଗାର୍ଡଙ୍କ ମହାନତା, ଏଟିଏମରୁ ପାଇଥିବା ଟଙ୍କା ଫେରାଇ ହେଲେ ପୁରସ୍କୃତ - ଏଟିଏମରୁ ଟଙ୍କା ପାଇଲେ ହୋମଗାର୍ଡ

ଏଟିଏମରୁ ପାଇଥିବା ଟଙ୍କା ଫେରସ୍ତ କରି ମହାନତା ଦେଖାଇଛନ୍ତି ମହିଳା ହୋମଗାର୍ଡ । ଯେଉଁଥିପାଇଁ ତାଙ୍କୁ ପୁରସ୍କୃତ କରିଛନ୍ତି ମୟୂରଭଞ୍ଜ ଏସପି । ଅଧିକ ପଢନ୍ତୁ

homeguard proves humanity
ମହିଳା ହୋମଗାର୍ଡଙ୍କ ମହାନତା
author img

By ETV Bharat Odisha Team

Published : Oct 9, 2023, 5:56 PM IST

ମହିଳା ହୋମଗାର୍ଡଙ୍କ ମହାନତା

ରାଇରଙ୍ଗପୁର: ନିଜର ମହାନତା ପାଇଁ ଏସପିଙ୍କ ଠାରୁ ପୁରସ୍କୃତ ହେଲେ ମହିଳା ହୋମଗାର୍ଡ । ଏଟିଏମରୁ ପାଇଥିବା ଟଙ୍କା ଫେରସ୍ତ କରି ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜଣେ ମହିଳା ହୋମଗାର୍ଡ । ତେବେ ପୁରସ୍କୃତ ହୋଇଥିବା ମହିଳା ହୋମଗାର୍ଡ ଜଣକ ହେଉଛନ୍ତି ସଙ୍ଗୀତା ମାରାଣ୍ଡି । ଡ୍ୟୁଟିରେ ଥିବା ସମୟରେ ପାଖରେ ଥିବା ଏଟିଏମରୁ ଟଙ୍କା ପାଇବା ପରେ ସେ ଏହି ଟଙ୍କାଙ୍କୁ ଫେରାଇ ମହାନତାର ପରିଚୟ ଦେଇଛନ୍ତି । ଆଉ ଏହି ମହତ କାର୍ଯ୍ୟ ପାଇଁ ମହିଳା ହୋମଗାର୍ଡ ଜଣକ ମୟୂରଭଞ୍ଜ ଏସପିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।

ସୂଚନା ଅନୁସାରେ, ମହିଳା ହୋମଗାର୍ଡ ସଙ୍ଗୀତା ମାରାଣ୍ଡି ମୟୁରଭଞ୍ଜ ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ। ସେ ବାରିପଦା ପୌରପାଳିକା ନିକଟରେ ଥିବା ଏସବିଆଇ ଏଟିଏମ କାଉଣ୍ଟର ନିକଟରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଏଟିଏମକୁ ଟଙ୍କା କାଢିବାକୁ ଜଣେ ବ୍ୟକ୍ତି ଆସିଥିଲେ । ସେଠାରେ ଥିବା ଗୋଟିଏ ମେସିନ ଖରାପ ହୋଇଥିବାରୁ ଅନ୍ୟ ଏକ ମେସିନରୁ ଟଙ୍କା କାଢିବା ସମୟରେ ପାର୍ଶ୍ବରେ ଥିବା ମେସିନରୁ ୧୦ ହଜାର ଟଙ୍କା ବାହାରିଥିଲା । ତେବେ ବ୍ୟକ୍ତି ଜଣକ ଏହା ପୂର୍ବରୁ ସେଠାରୁ ପଳାଇ ଯାଇଥିଲେ ।

ଏହା ବି ପଢନ୍ତୁ...ଅଟୋ ଡ୍ରାଇଭରଙ୍କ ମହାନତା: ଫେରାଇଲେ ଟଙ୍କା ଭର୍ତ୍ତି ବ୍ୟାଗ୍‌

ସେଠାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ସଙ୍ଗୀତା ଏହା ଦେଖିବା ପରେ ଟଙ୍କାଙ୍କୁ ନେଇ ମୟୂରଭଞ୍ଜ ଏସପିଙ୍କୁ ଅବଗତ କରାଇଥିଲେ । ପରେ ଏଟିଏମର ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ସେହି ଟଙ୍କା କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ନିମାଇଁ ଚରଣ ହାଁସଦାଙ୍କର ହୋଇଥିବା ଜଣାପଡିଥିଲା । ଏହାପରେ ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ଡାକ୍ତର ନିମାଇଁଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଥିଲା । ତେବେ ମହିଳା ହୋମଗାର୍ଡ ସଙ୍ଗୀତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବା ସତ୍ତ୍ବେ ଟଙ୍କାର ମୋହ ତାଙ୍କୁ ବାନ୍ଧିପାରିନି । ଏହି ଟଙ୍କାଙ୍କୁ ଫେରାଇବାକୁ ପ୍ରୟାସ କରି ସେ ସଫଳ ହେବା ସହ ନିଜ ମହାନତାର ପରିଚୟ ଦେଇଛନ୍ତି ।

ତେବେ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ମୟୂରଭଞ୍ଜ ଏସପି ବି. ଗଙ୍ଗାଧର ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହ ନଗଦ ୨ ହଜାର ଟଙ୍କା ଓ ମାନପତ୍ର ଦେଇ ପୋଲିସ ବିଭାଗ ପକ୍ଷରୁ ପୁରସ୍କୃତ କରିଛନ୍ତି । ମୟୂରଭଞ୍ଜ ଏସପି ବି.ଗଙ୍ଗାଧର କହିଛି, "ତାଙ୍କର ରୋଜଗାରରେ ପୁରା ପରିବାର ଚଳେ । ତାଙ୍କର ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନୁହେଁ । ଏଟିଏମ ନିକଟରେ ସେହି ସମୟରେ କେହି ନଥିଲେ ସେ ଚାହିଁଥିଲେ ଏହି ଟଙ୍କା ନେଇପାରିଥାନ୍ତେ । ହେଲେ ସେ ସମିତି କଲେ ନାହିଁ । ତାଙ୍କର ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ପ୍ରଶଂସା କରୁଛନ୍ତି । ଏହା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିବ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.