ETV Bharat / state

କୁଡ଼ମୀ ଜାତିକୁ ଆଦିବାସୀ ମାନ୍ୟତା ଦିଆଯାଉ: କୁଡୁମୀ ସେନା - କୁଡ଼ମୀ ଜାତିକୁ ଆଦିବାସୀ ମାନ୍ୟତା ଦିଆଯାଉ

କୁଡ଼ମୀ ଜାତିକୁ ଆଦିବାସୀ ମାନ୍ୟତା ଦିଆଯାଉ । କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ । ଅଧିକ ପଢ଼ନ୍ତୁ

କୁଡ଼ମୀ ଜାତିକୁ ଆଦିବାସୀ ମାନ୍ୟତା ଦିଆଯାଉ : କୁଡୁମୀ ସେନା

author img

By

Published : May 30, 2022, 9:34 PM IST

ରାଇରଙ୍ଗପୁର : ଦୀର୍ଘ ବର୍ଷରୁ କୁଡୁମୀ ଜନଜାତିକୁ ଆଦିବାସୀ ମାନ୍ୟତା ଦାବି କରି ଆସୁଥିବା କୁଡୁମୀ ସେନା କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଡେରି ନକରି କେନ୍ଦ୍ରକୁ ସୁପାରିଶ କରିବା ସହିତ କୁଡ଼ୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ହୋଇଛି ।

କୁଡ଼ମୀ ଜାତିକୁ ଆଦିବାସୀ ମାନ୍ୟତା ଦିଆଯାଉ : କୁଡୁମୀ ସେନା

ଏହି ପରିପ୍ରେକ୍ଷୀରେ କୁଡୁମୀ ସେନା ତାର ଦଶମ ପ୍ରତିଷ୍ଠା ଦିବସରେ ରାଇରଙ୍ଗପୁରରେ ଏକ ବିଶାଳ ସମାବେଶ କରିବ ବୋଲି ସଭାପତି ଜୈମୁନି ମହାନ୍ତ କହିଛନ୍ତି । ଏହି ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଏ ନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କୁଡୁମୀ ଭବନରେ କୁଡୁମୀ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜୁନ ୩ ରେ କୁଡୁମୀ ସେନା ରାଇରଙ୍ଗପୁର ପୁରୁଣାପାଣି ଗ୍ରାମରେ ତାର ଦଶମ ପ୍ରତିଷ୍ଠା ଦିବସ ପାଳନ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନି ମହାନ୍ତ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.