ETV Bharat / state

କେନାଲରେ ଆସୁନି ପାଣି, ଦେଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ 3 କିମି ଚଲାଇଲେ ଉତ୍ୟକ୍ତ ଲୋକେ - karanjia Villagers make walk engineer

କେନାଲରେ ପାଣି ନ ଆସିବାରୁ ତାତିଲେ ଗ୍ରାମବାସୀ । ଦେଓବନ୍ଧ ଅଧିକ୍ଷଣ ଯନ୍ତ୍ରୀଙ୍କୁ ତିନି କିଲୋମିଟର ଚଲାଇଲେ ଉତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

Villagers demand to release water in canal

author img

By

Published : Jul 24, 2023, 10:56 AM IST

Villagers demand to release water in canal

ରାଇରଙ୍ଗପୁର: କେନାଲରେ ପାଣି ନଆସିବାରୁ ହଟହଟା ହେଲା ଯନ୍ତ୍ରୀ । ଦେଓବନ୍ଧ ଅଧିକ୍ଷଣ ଯନ୍ତ୍ରୀଙ୍କୁ 3 କିଲୋମିଟର ଚଲାଇଲେ ଉତ୍ୟକ୍ତ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ କରଞ୍ଜିଆ ବ୍ଲକ ପାଟୁଳିଡ଼ିହି ଗ୍ରାମରେ । କରଞ୍ଜିଆରରେ ଥିବା ଦେଓବନ୍ଧରୁ ମୁଖ୍ୟ କେନାଲରେ ପାଣି ଛଡାଯାଇଛି । କିନ୍ତୁ ଶାଖା କେନାଲ ଗୁଡ଼ିକରେ ପାଣି ଛଡ଼ା ଯାଇନାହିଁ । ଯାହା ଫଳରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚଲାଇଲେ ଗାଁଲୋକେ ।

ଗତକାଲି(ଜୁଲାଇ 23) ପୂର୍ବାହ୍ନ ସମୟରେ ପାଟୁଳିଡ଼ିହି ଗାଁ ନିକଟରେ ଦେଓ ଅଧିକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଲିକଙ୍କୁ ଉତ୍ୟକ୍ତ ଲୋକ ମାନେ ପାଟି ତୁଣ୍ଡ କରିଥିଲେ । ଏଥି ସହିତ ଗାଁ ଲୋକେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦେଓବନ୍ଧ ପର୍ଯ୍ୟନ୍ତ ଚଲାଇ ଚଲାଇ ନେଇଥିଲେ । ଗାଁ ଲୋକଙ୍କ ସହିତ ପ୍ରାୟ ତିନି କିଲୋମିଟର ଚାଲି ଚାଲି ଡ଼୍ୟାମ ପାଖରେ ପହଞ୍ଚିଥିଲେ ଅଧିକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଲିକ । ତେବେ ସ୍ବାଭାବିକ ଭାବେ ବର୍ଷା ହେଉ ନଥିବାରୁ ଆଖପାଖ ଅଞ୍ଚଳରେ ଧାନ ଚାଷ ପାଇଁ ବାଧା ସୃଷ୍ଟି ହେଉଛି । କିନ୍ତୁ ଡ଼୍ୟାମ ଥାଇ ମଧ୍ୟ କେନାଲରେ ପାଣି ଛଡ଼ା ଯାଉନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଏହା ମଧ୍ୟ ପଢନ୍ତୁ-ସରିଲାନି ରାସ୍ତାକାମ, ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ଚଲାଇଲେ ଗ୍ରାମବାସୀ

କେନାଲରେ ପାଣି ଛଡା ଯାଇଛି କିନ୍ତୁ ଶାଖା କେନାଲରେ ପାଣି ଛଡ଼ା ଯାଉନାହିଁ । ଯାହା ଫଳରେ ଦେଓବନ୍ଧ ନିକଟରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକେ ଉତ୍ତର ଏବଂ ଦକ୍ଷିଣ କେନାଲରେ ଯାଉଥିବା ପାଣିକୁ ବନ୍ଦ କରି ଦେଇଥିଲେ । ପରେ ଅଧିକ୍ଷଣ ଯନ୍ତ୍ରୀ ଆଗକୁ ଏପରି ନ ହେବା ନେଇ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ସୂଚନା ଅନୁଯାୟୀ, ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା କରଞ୍ଜିଆ ଉପଖଣ୍ଡର ଦେଓ ପ୍ରକଳ୍ପକୁ ୧୯୯୩ ମସିହା ଏପ୍ରିଲ ୨୮ ତାରିଖ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଦେଓ ନଦୀବନ୍ଧର ଜଳରେ ୯୯୦୦ ହେକ୍ଟର ଜମି ଜଳସେଚିତ ହେବା ସହିତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଶତାଧିକ ଗ୍ରାମର ଲୋକେ ଉପକୃତ ହେବେ ବୋଲି ଲକ୍ଷ୍ୟ ରଖା ଯାଇଥିଲା । ଏନେଇ ମୋଟ ୫ଟି ଆଂଶିକ ବୁଡି ଓ ୪ଟି ସମ୍ପୂର୍ଣ୍ଣ ବୁଡି ଗ୍ରାମର ୯୪୮ ବିସ୍ଥାପିତ ପରିବାରକୁ ୮ଟି ବିସ୍ଥାପିତ କଲୋନୀ ଏବଂ ଅନ୍ୟତ୍ର ଥଇଥାନ କରାଯାଇଥିଲା ।

ଦୀର୍ଘ ୨୯ ବର୍ଷ ପରେ ୨୦୨୨ ମସିହା ଅଗଷ୍ଟ ମାସ ୧୨ ତାରିଖ ଦିନ ବାରିପଦା ଠାରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଦେଓ ପ୍ରକଳ୍ପ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟସଭା ସାଂସଦ ମମତା ମହାନ୍ତ ଏବଂ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.