ETV Bharat / state

ଚୋରି ଅଭିଯୋଗ, କଙ୍ଗାରୁକୋର୍ଟରେ 3 ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ

ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ କରି ଗଛରେ ତିନି ଯୁବକଙ୍କ ବାନ୍ଧି ନିସ୍ତୁକ ମାଡ ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ତିନି ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

author img

By

Published : Apr 15, 2021, 1:43 PM IST

Updated : Apr 15, 2021, 1:56 PM IST

ବାରିପଦା: ଚୋରି ଅଭିଯୋଗରେ ତିନି ଜଣ ଯୁବକଙ୍କୁ ଗଛରେ ବାନ୍ଧି ଦଣ୍ଡ ଦେଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକିଟାମାଟିଆ ଅଞ୍ଚଳରେ ଘଟିଛି ଘଟଣା ।

ତିନି ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ

ସୂଚନାଅନୁସାରେ, ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକକୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି କଙ୍ଗାରୁ କୋର୍ଟରେ ବିଚାର କରିଛନ୍ତି ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି । ଚିକିଟାମାଟିଆର କାର୍ତ୍ତିକ ହେମ୍ରମ ନାମକ ଜଣେ ବ୍ୟକ୍ତିଙ୍କ ବାଡିର ବୋରିଂରୁ ତିନିଜଣ ଯବକଙ୍କ ନାମରେ ମୋଟର ଚୋରି କରିଥିବା ଅଭିଯୋଗ ହୋଇଥିଲା । ଗାଁ ଲୋକ ତିନି ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଅଭିଯୋଗ ଆଣିଥିବା ବ୍ୟକ୍ତି ଜଣକ ଜଣେ ସରକାରୀ କର୍ମଚାରୀ ହୋଇ ଆଇନକୁ ହାତକୁ ନେଇଛନ୍ତି । ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପରେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉଦ୍ୟମରେ ଘଟଣାର ସମାଧାନ ହୋଇଥିବା ନେଇ ମିଳିଥିବା ସୂଚନାରୁ ଜଣାପଡିଛି । ଚିକିଟାମାଟିଆ ଗ୍ରାମର କେତେକ ଯୁବକ ମୋରଡ଼ା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ ଏଭଳି ଏକ ସାଙ୍ଘାତିକ ଘଟଣା ସମ୍ପର୍କରେ ପୋଲିସ କୌଣସି ଖବର ନ ପାଇବା ବିସ୍ମୟ ସୃଷ୍ଟି କରିଛି । ତେବେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଥାଇ ସାଧାରଣ ଲୋକ ଆଇନକୁ ହାତକୁ ନେବା କେତେ ଦୂର ଯୁକ୍ତିଯୁକ୍ତ ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 15, 2021, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.