ETV Bharat / state

OMBADC ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତ

author img

By

Published : Jun 25, 2023, 1:09 PM IST

OMBADC ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ତିନି ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ । OMBADC ଅର୍ଥ ବିନିଯୋଗ ହୋଇଥିବା ପ୍ରକଳ୍ପ ଗୁଡିକର ସ୍ଥିତି ସମୀକ୍ଷା କଲେ । ଅଧିକ ପଢନ୍ତୁ

justice AK Pattanaik
justice AK Pattanaik
justice AK Pattanaik

ରାଇରଙ୍ଗପୁର: ତିନି ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି OMBADCର ରାଜ୍ୟ ପର୍ଯ୍ୟବେକ୍ଷକ ଜଷ୍ଟିସ ଏ.କେ ପଟ୍ଟନାୟକ । ଗସ୍ତର ପ୍ରଥମ ଦିନରେ ସେ ବାରିପଦାର OMBADC ଅର୍ଥ ବିନିଯୋଗ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଥିଲେ । ଦ୍ବିତୀୟ ଦିନରେ ଗତକାଲି (ଶନିବାର) ରାଇରଙ୍ଗପୁର ଉପଖଣ୍ଡର ବିଶୋଇ ଓ ରାଇରଙ୍ଗପୁର ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।

ସୂଚନା ମୁତାବକ, ଗତକାଲି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ OMBADC ଅର୍ଥ ବିନିଯୋଗ ହେଇଥିବା ପ୍ରକଳ୍ପଗୁଡିକର ପରିଦର୍ଶନ କରି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ ଜଷ୍ଟିସ ଏ.କେ ପଟ୍ଟନାୟକ । ତେବେ OMBADC ଅର୍ଥ ବିନିଯୋଗ କରାଯାଇ ଲୋକଙ୍କ ଜୀବନ ଜୀବିକାରେ କିପରି ସହାୟତା ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ।

ସେହିପରି ଓମବାଡ଼ସି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପାଇଁ ୫ ହଜାର ୭୦୯ କୋଟି ୯୨ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ ସେଥିମଧ୍ୟରୁ ୨୧୮୩ କୋଟି ୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେଥିରୁ ୧ ହଜାର ୬୭୮ କୋଟି ୧୮ ଲକ୍ଷ ଟଙ୍କାର ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଗତକାଲିର ଏହି ବୈଠକରେ OMBADC ସିଇଓ ଜି. ରଘୁ, ଜେନେରାଲ ମ୍ୟାନେଜର ସୁଧାକର ବୁର୍ଗୀ, ଜୟନ୍ତ କୁମାର ଦାସ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଓମବାଡସି ଜିଲ୍ଲା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ: ବାହାନଗା ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ 5T ସଚିବ

ଏଥିସହ ଗତକାଲି ସାରସକଣା ବ୍ଲକ ପରିଦର୍ଶନ ପରେ ରାଇରଙ୍ଗପୁର ଉପଖଣ୍ଡର ବିଶୋଇ ବ୍ଲକ, ରାଇରଙ୍ଗପୁର ମ୍ୟୁନିସିପାଲଟି ଓ ରାଇରଙ୍ଗପୁର ବ୍ଲକର ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିଥିଲେ ଜଷ୍ଟିସ ଏ.କେ.ପଟ୍ଟନାୟକ । ତେବେ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ର ଭଳି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ଅଞ୍ଚଳ ଗୁଡ଼ିକରେ OMBADC ଅର୍ଥର ସଦବିନିଯୋଗ ହୋଇଛି କି ନାହିଁ ତାହାର ସମୀକ୍ଷା କରିଥିଲେ । ଗତକାଲି ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପରେ ରାଇରଙ୍ଗପୁର ଡ଼ାକବଙ୍ଗଳାରେ ରାତ୍ରିଯାପନ କରିଥିଲେ ଜଷ୍ଟିସ ଏ.କେ. ପଟ୍ଟନାୟକ । ସେହିପରି ଆଜି ସକାଳୁ ରାଇରଙ୍ଗପୁର ବ୍ଲକ ପରେ ଯଶିପୁର ବ୍ଲକ ଓ କରଞ୍ଜିଆ ବ୍ଲକ ପରିଦର୍ଶନ କରି ବିଭିନ୍ନ ଓମବାଡସି ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ: ଆବାସ ଯୋଜନା ସାତ ସପନ, ଦଦରା କୁଡ଼ିଆରେ ଦିନ କାଟୁଛନ୍ତି ମାଙ୍କଡ଼ିଆ ପରିବାର

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.