ରାଇରଙ୍ଗପୁର: ଆଜିଠୁ ପ୍ରଚାର ଆରମ୍ଭ କରିଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ସାଂସଦ ପ୍ରାର୍ଥୀ ଅଞ୍ଜନୀ ସୋରେନ୍ ମାର୍ଣ୍ଡି। ରାଜ୍ୟରେ କଂଗ୍ରେସ ଓ ଜେଏମ୍ଏମ୍ ନିର୍ବାଚନୀ ମେଣ୍ଟ ନିଷ୍ପତ୍ତି କ୍ରମେ ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକ ଦାଣ୍ଡବୋଷ ଗ୍ରାମରୁ ସେ ପ୍ରଚାର ଆରମ୍ଭ କରିଥିବା ସୂଚନା ରହିଛି ।
ତେବେ ମୟୂରଭଞ୍ଜ ଜିଲ୍ଲାରେ ଜେଏମ୍ଏମ୍ ଆସିଲେ ଗରିବ ଦୂରୀକରଣ ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ତ୍ବ ଦେବେ ବୋଲି ସାଂସଦ ପ୍ରାର୍ଥୀ ଅଞ୍ଜନୀ ସୋରେନ ମାର୍ଣ୍ଡି କହିଛନ୍ତି । ତେବେ ଭଲକରି ଓଡ଼ିଆ କହି ପାରୁ ନଥିବା ଓ ହିନ୍ଦୀରେ କଥାବାର୍ତ୍ତା କରୁଥିବା ଅଞ୍ଜନୀ କିପରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ରଖିବେ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ସେ ପ୍ରଥମେ ନିଜ ସମର୍ଥକଙ୍କ ସହ ଗ୍ରାମରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳ ପରିଦର୍ଶନ କରି ତାଙ୍କର ପୂଜାର୍ଚ୍ଚନା ଓ ମାଲ୍ୟାର୍ପଣ କରିଥିଲେ । ତାଙ୍କ ଆଶୀର୍ବାଦ କାମନା କରି ସେ ପ୍ରଚାର ଆରମ୍ଭ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ