ରାଇରଙ୍ଗପୁର: ଆଇନର ରକ୍ଷକଙ୍କ ଜଘନ୍ୟ କାଣ୍ଡ ! ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନାର ଜଣେ ହୋମଗାର୍ଡ ଗିରଫ ହୋଇଛନ୍ତି। ଆଜି ତାଙ୍କୁ ବାରିପଦା ପୋକ୍ସୋ କୋର୍ଟରେ ହାଜର କରାଯିବ । ପୂଜାର୍ଚ୍ଚନା କରିବା ବାହାନାରେ ଏପରି କାଣ୍ଡ ଘଟାଇଥିବା ସୂଚନା ।
ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ 15 ବର୍ଷୀୟା ନାବାଳିକା ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ତେବେ ନାବାଳିକା ଜଣକ ଝାଡ଼ଖଣ୍ଡର ମାଞ୍ଝାରୀ ଥାନା ଅଞ୍ଚଳର ହୋଇଥିବାର ସୂଚନା ରହିଛି । ଜଣେ କାର୍ଯ୍ୟରତ ହୋମଗାର୍ଡ ଏପରି ଲଜ୍ଜାଜନକ କାଣ୍ଡ କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତ ହୋମଗାର୍ଡ ଜଣକ ଗୁଳତା ଗ୍ରାମର ଦେବାନନ୍ଦ ପାତ୍ର ହୋଇଥିବା ବେଳେ ସେ ଯାମଦା ଥାନାରେ କାର୍ଯ୍ୟ କରୁଥିବା ଜଣାପଡିଛି ।
ଏହାମଧ୍ୟ ପଢନ୍ତୁ..୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ, ଥାନାରେ ମାମଲା
ସୂଚନା ଅନୁଯାୟୀ, ଝାଡ଼ଖଣ୍ଡର ମାଞ୍ଝାରୀ ଥାନା ଅଞ୍ଚଳର ଜୈନିକ ବ୍ୟକ୍ତିଙ୍କ ପରିବାରର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହାର ନିରାକରଣ ପାଇଁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିଲେ । ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୁଣିଗାରେଡି ଓ ଝଡାଫୁଙ୍କାର ସାହାଯ୍ୟ ନେବାକୁ ଯାଇ ଅଭିଯୁକ୍ତ ହୋମଗାର୍ଡଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ନିଜ ସମସ୍ୟାର ସମାଧାନ ପାଇଁ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ କୁଆଁରୀ କନ୍ୟା ନିଛାଟିଆ ସ୍ଥାନରେ ଦୀପ ଜଳାଇଲେ ଏବଂ ସେହି ସ୍ଥାନରେ ପୂଜାର୍ଚ୍ଚନା କଲେ ଏଥିରୁ ମୁକ୍ତି ମିଳିପାରିବ ବୋଲି କହିଥିଲେ ହୋମଗାର୍ଡ ଜଣକ । ଯେଉଁଥିପାଇଁ ନିଜ 15 ବର୍ଷୀୟା ନାବାଳିକା ଭାଣିଜୀକୁ ସାଙ୍ଗରେ ଧରି ମୟୂରଭଞ୍ଜ ଆସିଥିଲେ ବ୍ୟକ୍ତି ଜଣକ ।
ଏହାମଧ୍ୟ ପଢନ୍ତୁ..ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବଡବାପା ପୁଅ ଅଟକ
ଯୋଜନା ମୁତାବକ ଗତ ଗୁରୁବାର ଦିନ ନାବାଳିକାର ମାମୁଁ ନାବାଳିକାକୁ ହୋମଗାର୍ଡଙ୍କ ପାଖକୁ ଆଣିଥିଲେ । ସେହି ଦିନ ନାବାଳିକାକୁ ପୂଜାର୍ଚ୍ଚନା କରିବା ବାହାନାରେ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ ହୋମଗାର୍ଡ ଦେବାନନ୍ଦ ପାତ୍ର । ପରେ ଘଟଣାକୁ ନେଇ ନାବାଳିକା ଜଣକ ନିଜ ପରିବାର ପାଖରେ ଜଣାଇବା ପରେ ନାବାଳିକାର ପରିବାର ଲୋକେ ଯାମଦା ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଯାମଦା ଥାନା ରେ କେସ ନଂ ୮୨/୨୦୨୩ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଥି ସହିତ ନାବାଳିକାର ବୟାନ ରେକର୍ଡ କରିବା ସହ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ହୋମଗାର୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି ପୋଲିସ ।ଆଜି ତାଙ୍କୁ ବାରିପଦା ପୋକ୍ସୋ କୋର୍ଟରେ ହାଜର କରାଯିବା ନେଇ ସୂଚନା ରହିଛି ।
ଇଟିଭି ଭାରତ, ରାଇରଙ୍ଗପୁର