ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ଶିକାରୀ ଗିରଫ, 7 କିଲୋ ଝିଙ୍କ ମାଂସ ଜବତ - ଶିକାରୀ ଗିରଫ

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବାର ସୁଯୋଗ ନେଇ ଶିକାରୀମାନେ ଜନ୍ତୁ ଶିକାରରେ ମାତିଛନ୍ତି । ପୋଡାଡ଼ିହା ରେଞ୍ଜରୁ ଜଣେ ଶିକାରୀକୁ ଗିରଫ କରିବା ସହ ୭ କିଲୋ ଝିଙ୍କ ମାଂସ ଜବତ କରିଛି ବନ ବିଭାଗ। ଅଧିକ ପଢନ୍ତୁ...

ଶିମିଳିପାଳ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ
ଶିମିଳିପାଳ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ
author img

By

Published : Mar 11, 2021, 9:36 PM IST

ବାରିପଦା: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବାର ସୁଯୋଗ ନେଇ ଶିକାରୀମାନେ ଜନ୍ତୁ ଶିକାରରେ ମାତିଛନ୍ତି। ପୋଡାଡ଼ିହା ରେଞ୍ଜରୁ ଜଣେ ଶିକାରୀକୁ ଗିରଫ କରିବା ସହ ୭ କିଲୋ ଝିଙ୍କ ମାଂସ ଜବତ କରିଛି ବନ ବିଭାଗ।

ଶିମିଳିପାଳ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବାବେଳେ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ । ବୁଧବାର ବନ ବିଭାଗ ପାଟ୍ରୋଲିଂ କରୁଥିବାବେଳେ ଏହି ଶିକାରୀକୁ ଧରିବାରେ ସକ୍ଷମ ହୋଇଛନ୍ତି। ଶିକାରୀ ଜଣକ ପୋଡାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଶିମିଳିପାଳ କୋର ଅଞ୍ଚଳରୁ ତାକୁ ଗିରଫ କରିଛି ପୋଡାଡିହା ବନବିଭାଗ । ଗିରଫ ଶିକାରୀ ଜଣକ ହେଲେ ଅନ୍ତରା ସିଂ ।

ଶିକାରୀଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ୭ କିଲୋ ଝିଙ୍କ ମାଂସ ଜବତ କରିଛି ବନବିଭାଗ । ଏହାସହ ଏକ କୁରାଢୀକୁ ମଧ୍ୟ ବନବିଭାଗ ଜବତ କରିଛି । ଶିକାରୀ ଜଣକର ଘର କପ୍ତିପଦା ବ୍ଲକ ପଣ୍ଡେସାହି ଗ୍ରାମର ହୋଇଥିବା ଜଣାଯାଇଛି । ତେବେ ଶିମିଳିପାଳରେ ପାଟ୍ରୋଲିଂକୁ ଅଧିକ ଗୁରୁତ୍ବ ଦେବା ସହ ସମ୍ପୃକ୍ତ ଶିକାରୀମାନଙ୍କ ଉପରେ ନଜର ଦିଆଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.