ETV Bharat / state

କେନାଲରେ ପଡି ହୋମଗାର୍ଡଙ୍କ ମୃତ୍ୟୁ - କେନାଲରେ ପଡି ହୋମଗାର୍ଡ ମୃତ୍ୟୁ

ମୟୂରଭଞ୍ଜ ଲକ୍ଷ୍ମୀପୋଷି ଫାଣ୍ଡିରୁ ରାତି 10ଟାବେଳେ ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ମୃତ ହୋମଗାର୍ଡ ଜଣକ ହେଲେ ଜାମିନି ଚନ୍ଦ୍ର ମହାନ୍ତ ।

home guard death
କେନାଲରେ ପଡି ହୋମଗାର୍ଡ ମୃତ୍ୟୁ
author img

By

Published : Dec 25, 2019, 2:48 PM IST

ବାରିପଦା: କେନାଲରେ ପଡି ହୋମଗାର୍ଡଙ୍କ ମୃତ୍ୟୁ ଅଭିଯୋଗ । ମୟୂରଭଞ୍ଜ ଲକ୍ଷ୍ମୀପୋଷି ଫାଣ୍ଡିରୁ ରାତି 10ଟାବେଳେ ଘରକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ମୃତ ହୋମଗାର୍ଡ ଜଣକ ହେଲେ ଜାମିନି ଚନ୍ଦ୍ର ମହାନ୍ତ । ସେ ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଛି ।

କେନାଲରେ ପଡି ହୋମଗାର୍ଡ ମୃତ୍ୟୁ

ଜାମିନୀ ନିଜ ଡ୍ୟୁଟି ସାରି ତାଙ୍କ ମଟର ସାଇକେଲରେ ତାଙ୍କ ଘର ଚାନ୍ଦୁଆ ବ୍ଲକସ୍ଥିତ କରକଚିଆ ଗ୍ରାମକୁ ଫେରୁଥିବା ସମୟରେ କୌଣସି କାରଣବଶତଃ ଝିନେଇ ଗ୍ରାମ ନିକଟରେ ଥିବା କେନାଲ ଭିତରକୁ ଖସି ପଡିଥିଲେ । ତେବେ ରାତି ବେଶୀ ହୋଇଥିବାରୁ ସେଇ ରାସ୍ତାରେ ଲୋକଙ୍କ ଯାତାୟାତ ନ ଥିବାରୁ କାହା ନଜରକୁ ଆସିପାରିନଥିଲା ।

ସକାଳୁ ସ୍ଥାନୀୟ ଲୋକମାନେ ଶୌଚ ପାଇଁ ଯାଇଥିବାବେଳେ କେନାଲ ଭିତରେ କେହି ପଡିଥିବାର ଦେଖି ପାଖକୁ ଯାଇ ଜାମିନୀକୁ ଚିହ୍ନି ପାରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କେନାଲରୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ ତାଙ୍କ ଉପରେ ନିର୍ଭର କରୁଥିବା ତାଙ୍କ ପରିବାର ଏବେ ଅସହାୟ ହୋଇପଡିଥିବାରୁ ପରିବାରରୁ ଜଣକୁ ନିଯୁକ୍ତି ସହ ତୁରନ୍ତ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:କେନାଲରେ ଖସିପଡି ହୋମଗାର୍ଡ ମୃତ। ଡ୍ୟୁଟି ଶେଷ ହେବାପରେ ଘରକୁ ଫେରିବା ବାଟରେ ଘଟିଛି ଏହି ଅଘଟଣ।ତେବେ ହୋମଗାର୍ଡ ଜାମିନି ଚନ୍ଦ୍ର ମହାନ୍ତ ଲକ୍ଷ୍ମୀପୋଷି ଫାଣ୍ଡିରୁ ରାତି 10 ଟା ବେଳେ ଡ୍ୟୁଟି ସାରି ତାଙ୍କର ହିରୋହଣ୍ଡା ମଟର ସାଇକେଲ ଚଲାଇ ନିଜ ଘର ଚାନ୍ଦୁଆ ବ୍ଲକ ସ୍ଥିତ କରକଚିଆ ଗ୍ରାମକୁ ଫେରୁଥିବା ସମୟରେ କୌଣସି କାରଣ ବଶତଃ ଝିନେଇ ଗ୍ରାମ ନିକଟରେ ଥିବା କେନାଲ ଭିତରକୁ ଖସିପଡିଥିଲେ । ତେବେ ରାତି ବେଶୀ ହୋଇଥିବାରୁ ସେଇ ରାସ୍ତାରେ ଲୋକଙ୍କ ଯାତାୟାତ ନ ଥିବାରୁ କାହା ନଜରକୁ ଆସିପାରିନଥିଲା । ସକାଳୁ ସ୍ଥାନୀୟ ଲୋକମାନେ ଶୌଚ ପାଇଁ ଯାଇଥିବାବେଳେ କେନାଲ ଭିତରେ କେହି ପଡିଥିବାର ଦେଖି ପାଖକୁ ଯାଇ ଜାମିନୀକୁ ଚିହ୍ନି ପାରିଥିଲେ। ଏବଂ ସଙ୍ଗେ ସଙ୍ଗେ କେନାଲ ଜଳରୁ ଉଦ୍ଧାର କରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୂ ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ରୋଜଗାର ଉପରେ ନିର୍ଭର କରି ଚଳୁଥିବା ପରିବାର ଏବେ ଅସହାୟ ହୋଇପଡିଥିବାରୁ ପରିବାରରୁ ଜଣକୁ ନିଯୁକ୍ତି ସହିତ ତୁରନ୍ତ ଉଚିତ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.