ETV Bharat / state

ଜଳମଗ୍ନ ମୟୂରଭଞ୍ଜ, ବାହ୍ୟ ଜଗତରୁ ବିଚ୍ଛିନ୍ନ 4 ଗାଁ

author img

By

Published : Aug 13, 2019, 9:52 PM IST

ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏଥିଯୋଗୁଁ ବିଶୋଇ ବ୍ଲକ ଅଧିନରେ ଥିବା ଚାରୋଟି ଗାଁ କୁଲଗିଡିହି, ରଙ୍ଗାମାଟିଆ, ଅସନଶିକଳ ଓ ଘୋଡାବିନ୍ଧା ସମ୍ପୁର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ବଙ୍ଗୋପସାଗରରେ ପୁଣି ଲଘୁଚାପ । ଏଥିଲାଗି 24 ଘଣ୍ଟା ଯାଏଁ ନିର୍ଧୁମ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏଥିରେ କନ୍ଧମାଳ ଜିଲ୍ଲା ବେଶେଷ ପ୍ରଭାବିତ ହୋଇଥିବା ବେଳେ ମଙ୍ଗଳବାର ସକାଳଠାରୁ ମୟୂରଭଞ୍ଜ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏଥିଯୋଗୁଁ ବାହ୍ୟ ଜଗତରୁ 4ଟି ଗାଁ ବିଚ୍ଛିନ୍ନ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅଧିନରେ ଥିବା ଚାରୋଟି ଗାଁ ଯଥା କୁଲଗିଡିହି, ରଙ୍ଗାମାଟିଆ, ଅସନଶିକଳ ଓ ଘୋଡାବିନ୍ଧା ସମ୍ପୁର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି । ଆଜି ସକାଳୁ ତୁହାକୁ ତୁହା ବର୍ଷା ଯୋଗୁଁ ଏକତାଳି ଓ କୁଲଗିଡିହି ଗାଁକୁ ଯୋଗାଯୋଗ କରୁଥିବା ରାସ୍ତାର ଏକ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଚାରୋଟି ଗାଁର ପ୍ରାୟ ୧୫୦୦ ଲୋକ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ସେଠାକାର ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି। ଆଜି ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ଥିଲା । କିନ୍ତୁ ପୋଲରେ ପ୍ରାୟ 2 ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହ ହେଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇନପାରି ଗାଁଲୋକେ ସେସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି ।

ବିଗତ ଦିନରେ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଓ ସମ୍ପ୍ରସାରଣ ସମୟରେ ଗ୍ରାମବାସୀ ଉଚ୍ଚପୋଲର ନିର୍ମାଣ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଏହା ସତ୍ତ୍ବେ ବି ତାଙ୍କ ଦାବିକୁ ଅଣଦେଖା କରାଯାଇଥିଲା । ତେଣୁ ଆଜି ବିପଦକୁ ମୁଣ୍ଡେଇ ଏହି ପୋଲରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବାହ୍ୟ ଜଗତରୁ ବିଛିନ୍ନ ଚାରିଟି ଗ୍ରାମ। ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅଧିନ ରେ ଥିବା ଚାରୋଟି ଗାଁ ଯଥା କୁଲଗିଡିହି, ରଙ୍ଗାମାଟିଆ, ଅସନଶିକଳ ଓ ଘୋଡାବିନ୍ଧା ଗ୍ରାମ ସମ୍ପୁର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ଆଜି ସକାଳରୁ ତୁହାକୁ ତୁହା ବର୍ଷା ଯୋଗୁଁ ଏକତାଳି ଓ କୁଲଗିଡିହି ଗ୍ରାମକୁ ଯୋଗାଯୋଗ କରୁଥିବା ରାସ୍ତାରେ ଏକ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଚାରୋଟି ଗାଁ ର ପ୍ରାୟ ୧୫୦୦ ଲୋକ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେଠାକାର ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ମାନେ ହନ୍ତସନ୍ତ ହେଉ ଥିବାର ଦେଖିବାକୁ ମିଳିଛି। ଆଜି ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଭତ୍ତା ବଣ୍ଟନ ଥିଲା କିନ୍ତୁ ପୋଲରେ ପ୍ରାୟ ଦୁଇ ଫୁଟ ଉଚ୍ଚ ରେ ବର୍ଷା ଜଳ ପ୍ରବାହ ହେଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇନପାରି ଗ୍ରାମର ଲୋକେ ସେସବୁ ସୁବିଧା ରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।ବିଗତ ଦିନରେ ପ୍ରଧାନ ମନ୍ତ୍ରୀ ସଡକ ନିର୍ମାଣ ଓ ସମ୍ପ୍ରସାରଣ ସମୟରେ ଗ୍ରାମବାସୀ ଉଚ୍ଚ ପୋଲ ର ନିର୍ମାଣ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ସୁଦ୍ଧା ତାଙ୍କ ନାର୍ଯ୍ୟ ଦାବି କୁ ଅଣଦେଖା କରାଯାଇ ଥିଲା। ତେଣୁ ଆଜି ବିପଦ କୁ ମୁଣ୍ଡେଇ ଏହି ପୋଲରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.