ETV Bharat / state

ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଚୋରି

author img

By

Published : Jul 31, 2020, 7:44 PM IST

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଦିନ ଦ୍ବିପହରରେ ୩ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଘଟଣା ସାମ୍ନା କୁ ଆସିଛି। ଅଧିକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଚୋରି
ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଚୋରି

ରାଇରଙ୍ଗପୁର: ସ୍ପଷ୍ଟ ଦିବାଲୋକରେ ତିନି ଜଣଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଦିନ ଦ୍ବିପହରରେ ୩ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଚୋରି ହୋଇଥିବା ଘଟଣା ସାମ୍ନା କୁ ଆସିଛି।

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଘରେ କେହି ନଥିବା ସୁଯୋଗ ନେଇ ତିନି ଜଣ ଦୁର୍ବୃତ୍ତ ବଳରାମ ମହାନ୍ତଙ୍କ ଘରର ତାଲା ଭାଙ୍ଗି ବାକ୍ସରେ ରଖିଥିବା ୭୦ ହଜାର ଟଙ୍କା ମୂଲ୍ୟ ର ସୁନା ଗହଣା ଚୋରି କରି ନେଇଥିଲେ । ଏହା ପରେ ସେଠାରୁ ପ୍ରାୟ ୭ କିମି ଦୂର କଳିଆଜିଆଣି ଗ୍ରାମକୁ ଆସି ରଞ୍ଜିତ ପାଳିଆଙ୍କ ଘର ଲୋକ ଚାଷ କାମରେ ବିଲ କୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଘର ତାଲା ଭାଙ୍ଗି ବାକ୍ସରେ ରଖିଥିବା ନଗଦ ୨୫ ହଜାର ଟଙ୍କା ଚୋରି କରିନେଇଥିଲେ । ପୁଣି ସେଠାରୁ ପ୍ରାୟ ୫ କିମି ଦୂର ଅସନବଣି ଗ୍ରାମର ଗ୍ରାମରକ୍ଷୀ କାର୍ତ୍ତିକ ମହାନ୍ତଙ୍କ ଘରର ମୁଖ୍ୟ ଗ୍ରୀଲ ଭାଙ୍ଗି ଘର ଭିତରେ ଥିବା ବାକ୍ସରୁ ନଗଦ ୨୭ ହଜାର ଟଙ୍କା ସହ ୪୦ ହଜାର ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଥିଲେ ।

ସୂଚନାଥାଉକି ୩ ଜଣ ଅଜଣା ଦୁର୍ବୃତ୍ତ ବାଇକରେ ଆସି ଚୋରି କରି ଖସି ପଳାଇଥିଲେ। ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.