ETV Bharat / state

ବନ ବିଭାଗ କର୍ମଚାରୀ କରୁଛନ୍ତି ଚୋରି - forest department employees are stealing

ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ ଯୋଗେ ଜନୈକ ବନ କର୍ମଚାରୀଙ୍କ ସହିତ ଜଣେ ସବୁଜ ବାହିନୀ ପିଲା ମିଶି କାଠ ଚାଲାଣ କରୁଥିବା ବେଳେ ଖପରଖାଇ ଗ୍ରାମର ଲୋକେ ପିକଅପ ଭ୍ୟାନ ସହିତ କାଠ ପଟା ସବୁ ଜବତ କରିଥିଲେ । ଅଧିକ ପଢନ୍ତୁ...

ବନ ବିଭାଗ କର୍ମଚାରୀ କରୁଛନ୍ତି ଚୋରୀ
ବନ ବିଭାଗ କର୍ମଚାରୀ କରୁଛନ୍ତି ଚୋରୀ
author img

By

Published : Feb 15, 2021, 10:51 PM IST

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ସାଲେଇ ବେଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନ ଯୋଗେ ଜନୈକ ବନ କର୍ମଚାରୀଙ୍କ ସହିତ ଜଣେ ସବୁଜ ବାହିନୀ ପିଲା ମିଶି କାଠ ଚାଲାଣ କରୁଥିବା ବେଳେ ଖପରଖାଇ ଗ୍ରାମର ଲୋକେ ପିକଅପ ଭ୍ୟାନ ସହିତ କାଠ ପଟା ସବୁ ଜବତ କରିଥିଲେ ।

ବନ ବିଭାଗ କର୍ମଚାରୀ କରୁଛନ୍ତି ଚୋରୀ

ତେବେ ଜବତ ସମୟରେ STR ବନ କର୍ମଚାରୀ ଜଣକ ଖସି ପଳାଇଥିବା ବେଳେ ଗାଡି ଡ୍ରାଇଭର ଏବଂ ଅନ୍ୟ ଜଣେ ବନ କର୍ମଚାରୀଙ୍କୁ ଗ୍ରାମବାସୀ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଖବର ପାଇ ଘଟଣାସ୍ଥଳରୁ ପିକଅପ ଭ୍ୟାନ ସହିତ ୫୦ ହଜାର ଟଙ୍କାର କାଠ ଏବଂ ଦୁଇଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ତେବେ ଘଟଣାସ୍ଥଳରୁ ଫେରାର ଥିବା ବନ କର୍ମଚାରୀଙ୍କ ସମ୍ପର୍କରେ ଅଧିକ ତଦନ୍ତ କରୁଛି ବନବିଭାଗ । ତେବେ ଏପରି ଏକ ସମ୍ବେଦନଶୀଳ ଘଟଣାରେ ବନବିଭାଗ ନିଜ କର୍ମଚାରୀଙ୍କୁ ବଞ୍ଚାଇବା ପ୍ରୟାସ କରୁଥିବା ଏକ ଲଜ୍ଜାଜନକ ଘଟଣା । ବାଡ଼ ଯଦି ଫସଲ ଖାଏ ତେବେ ଅଭିଯୋଗ କରିବେ କାହାକୁ ? ଏପରି ପ୍ରଶ୍ନ କରିଛନ୍ତି ଖପରଖାଇ ଗ୍ରାମବାସୀ । ଦିନକୁ ଦିନ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବନ କର୍ମଚାରୀଙ୍କ ସମ୍ପୃକ୍ତିରେ ଏସବୁ କାଠ ଚାଲାଣରେ ରହୁଥିବାରୁ ଏହାର ବିଧିବଦ୍ଧ ତଦନ୍ତ ହୋଇ ଏପରି କାର୍ଯ୍ୟରେ ଲିପ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.