ମୟୂରଭଞ୍ଜ: ଭାଲୁ ଆକ୍ରମଣରେ ପାଞ୍ଚ ଜଣ ଗୁରୁତର । ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନବିଭାଗ ଧପଡା ଗାଁରେ । ଗାଁର କିଛି ଲୋକ ଚାଷ ଜମିରେ କାର୍ଯ୍ୟ କରୁଥିବା ସମୟରେ ହଠାତ ଏକ ଭାଲୁ ଆସି ଆକ୍ରମଣ କରିଥିଲା । ଭାଲୁଟି ପ୍ରଥମେ ଶିରିୟାପାଳ ରାସ୍ତାରେ କାରିଆ ସିଂ କୁ ଆକ୍ରମଣ କରିଥିଲା ।
ଗ୍ରାମବାସୀ ଭାଲୁଟିକୁ ଘଉଡାଇ ବାରୁ ଭାଲୁ ଧପଡା ଗାଁ ମୁହାଁ ହୋଇ ଗ୍ରାମର ମହାନ୍ତି ଭାରେଜ୍ ଓ ସୁବୁନା କାଲୋରିଆ, କାଠଚୁଆ ଗ୍ରାମର ମାଣିକ ବିର୍ଜା ଓ ଘନଶ୍ୟାମ ସାମାଜଙ୍କୁ ଆକ୍ରମଣ କରିଥିଲା । ଏଥିରେ ଗୁରୁତର ଆହତ ହୋଇଥିବାରୁ ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁବୁନା କାଲୋରିଆଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । କପ୍ତିପଦା ବନବିଭାଗ ଭାଲୁଟିକୁ ଘଉଡାଇ ପାଇଁ ଚେଷ୍ଟା ଜାରିରଖିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ