ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭାଉଥିବାବେଳେ ବନ କର୍ମଚାରୀ ବୀରକିଶୋର ସିଂଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ବନ କର୍ମଚାରୀଙ୍କ ପରିବରାକୁ କ୍ଷତିପୂରଣ ଦାବିରେ ଗୁରୁବାର ଭଞ୍ଜସେନା ପକ୍ଷରୁ ଏସଟିଆର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ମୃତକଙ୍କ ପରିବାରକୁ ତୁରନ୍ତ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପ୍ରଦାନ ସହ ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କୁ ଚାକିରୀରୁ ବହିଷ୍କାର ଦାବି ହୋଇଛି । ଏ ନେଇ ଗୁରୁବାର ଜିଲ୍ଲାର ଏକ ମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ଦିଆଯାଇଛି । ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ବରେ ସଂଗଠନର ଶତାଧିକ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ରାଜ୍ୟ ସରକାର ତୁରନ୍ତ ଏହି ଦାବିକୁ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଭଞ୍ଜସେନା ଚେତାବନୀ ଦେଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ