ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ବାଘିଆ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଏଥିରେ 8 ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଗ୍ରାମ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଥଇଥାନ କରାଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ ଆଜି(ଗୁରୁବାର) ବାଘିଆ ଗ୍ରାମର ତିନି ଭାଇ ରାମ ପୂର୍ତ୍ତି, ରଥ ପୂର୍ତ୍ତି ଓ ମଙ୍ଗୁଳୁ ପୂର୍ତ୍ତିଙ୍କ ଘରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ 8 ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ରାମ, ରଥ ଏବଂ ମଙ୍ଗୁଳୁ ଘରେ ରଖିଥିବା ଟଙ୍କା, ପାଖାପାଖି 35 କୁଇଣ୍ଟାଲ ଧାନ, ଦରକାରୀ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିବା ଜଣାପଡିଛି ।
ସ୍ଥାନୀୟ ଆରଆଇ ଓ ତହସିଲଦାର ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ଗାଁ ସ୍କୁଲରେ ରହିବା ବ୍ୟବସ୍ଥା କରିବା ସହ ସ୍ଥାନୀୟ ସରପଞ୍ଚ ମଧ୍ୟ ଚାଉଳ ଏବଂ ପନିପରିବା ଯୋଗାଇଦେଇଛନ୍ତି । ତେବେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ