ETV Bharat / state

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପାତରଅନ୍ତର, ଉପଜିଲ୍ଲାପାଳଙ୍କୁ ଦେଲେ 4 ଦଫା ଦାବିପତ୍ର

author img

By

Published : May 31, 2023, 11:48 AM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ 4 ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ । ଅଧିକ ପଢନ୍ତୁ

ex service man association protest
ex service man association protest
ex service man association protest

ରାଇରଙ୍ଗପୁର: 4 ଦଫା ଦାବି ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଅବସରପ୍ରାପ୍ତ ସେନା କର୍ମଚାରୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ରାଇରଙ୍ଗପୁର ସହରରେ ଏକ ବିଶାଳ ପଦଯାତ୍ରାର ଆୟୋଜନ ହୋଇଯାଇଛି । ଯେଉଁଥିରେ ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ଶହୀଦ ସେନା କର୍ମଚାରୀଙ୍କ ପରିବାର ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ଏକ ରାଲିରେ ବାହାରିଥିଲେ । ହାତରେ ପ୍ଲାକାର୍ଡ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ରାଇରଙ୍ଗପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ ଶହୀଦ ନୁଦୁରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ ।

ସେଠାରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ପ୍ରଜ୍ବଳନ କରିବା ସହିତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ସେଠାରୁ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ଶହୀଦ ହୋଇଥିବା ସେନା କର୍ମଚାରୀ ମାନଙ୍କ ପରିବାର ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପଜିଲ୍ଲାପାଳ ସେହି ସମୟରେ ଉପସ୍ଥିତ ନ ଥିବାରୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କୁ ଚାରି ଦଫା ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ- ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ: ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ- ଆଦିବାସୀଙ୍କ ଉନ୍ନତି ନାଁରେ ଚାଲିଛି ଶୋଷଣ, ITDA କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅବସରପ୍ରାପ୍ତ ସେନା କର୍ମଚାରୀ ମାନଙ୍କୁ ତାଙ୍କ ପଦବୀ ନେଇ ପାତର ଅନ୍ତର କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ସୁବିଧାରୁ ବଞ୍ଚିତ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଅବସରପ୍ରାପ୍ତ ସେନା କର୍ମଚାରୀ ଗୁରୁଚରଣ ହେମ୍ବ୍ରମ ପ୍ରତିକ୍ରିୟା ରେ କହିଛନ୍ତି ଯେ, ଗତ ଜାନୁଆରୀ ମାସରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଓଆରଓପି- 2ରେ ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ସନ୍ତୁଷ୍ଟ ନୁହଁନ୍ତି । ମିଲିଟାରୀ ସର୍ଭିସ୍ ପେରେ ସିନିୟର୍ ରାଙ୍କ ଓ ଜୁନିଅର ରାଙ୍କ କର୍ମଚାରୀ ମାନଙ୍କୁ ସମାନ ଦୃଷ୍ଟିରେ ଦେଖାଯାଇ ପେନସନ ସମାନ ଦିଆଯିବା ନେଇ ଦାବି କରିଛନ୍ତି । ସେହିପରି ୧୫ ବର୍ଷ କିମ୍ବା ୧୭ ବର୍ଷରେ ସ୍ବଇଚ୍ଛାରେ ଆବେଦନ ପତ୍ର ଦେଇ ଦେଶ ସେବାରୁ ନିବୃତ ହେବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ମଧ୍ୟ ଓଆରଓପି- 2ରେ ସାମିଲ କରାଯାଉ ବୋଲି ଦାବି କରିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.