ETV Bharat / state

ବାତ୍ୟା ୟାସର ମୁକାବିଲା ପାଇଁ ରାଇରଙ୍ଗପୁରରୁ ଗଲା 8 ଅଗ୍ନିଶମ ଟିମ

author img

By

Published : May 23, 2021, 6:38 PM IST

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ଆଠଟି ଟିମ୍ ଗଲା ଭଦ୍ରକ ଓ ବାରିପଦା। ଅଧିକ ପଢନ୍ତୁ...

Cyclone yaas
ବାତ୍ୟା ୟାସର ମୁକାବିଲା ପାଇଁ ରାଇରଙ୍ଗପୁରରୁ ଗଲା 8 ଅଗ୍ନିଶମ ଟିମ

ରାଇରଙ୍ଗପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ଆଠଟି ଟିମ୍ ଗଲା ଭଦ୍ରକ ଓ ବାରିପଦା। ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ୟାସ୍ ଭୀଷଣ ବାତ୍ୟାର ରୂପ ନେଉଥିବା ଆକଳନ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଗ୍ନିଶମ ସେବା କେନ୍ଦ୍ରରୁ ୮ଟି ଟିମକୁ ବାତ୍ୟା ୟାସ୍ ର ମୁକାବିଲା ପାଇଁ ପଠାଯାଇଛି। ରାଇରଙ୍ଗପୁର ଅଗ୍ନିଶମ ବିଭାଗର ଆଠଟି ଟିମ୍ ଗଲା ଭଦ୍ରକ ଓ ବାରିପଦା। ତେବେ ସାତ ଜଣଙ୍କୁ ନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ ଟି ଟିମ୍ ଭଦ୍ରକ ଓ ୪ ଟି ଟିମ୍ ବାରିପଦା ଅଭିମୁଖେ ଗସ୍ତ କରିଛି । ସେଠାରେ ବାତ୍ୟା ସମୟରେ ଓ ବାତ୍ୟା ପରେ ପ୍ରଭାବିତ ଅଞ୍ଚଳ ଗୁଡିକରେ ଉକ୍ତ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ ଓଡିଶାର 4 ଜିଲ୍ଲାରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି । ପାରାଦ୍ବୀପ ଓ ସାଗର ଦ୍ବୀପ ନିକଟରେ ୟାସ ଲ୍ୟାଣ୍ଡଫଲ କରବା ସମ୍ଭାବନା ରହିଛି । ବାତ୍ୟା ୟାସର ମୁକାବିଲା ନେଇ ସରକାର ମଧ୍ୟ ବ୍ୟାପକ ପ୍ରସ୍ତୁତିରେ ଲାଗିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.