ETV Bharat / state

ଦିବ୍ୟାଙ୍ଗ ନାବାଳିକା ଝିଆରୀକୁ ଦୁଷ୍କର୍ମ, ଦାଦା ଗିରଫ

author img

By

Published : Jan 8, 2021, 9:12 PM IST

ସମ୍ପର୍କରେ ଲାଗିଲା କଳଙ୍କ, ନାବାଳିକା ଦିବ୍ୟାଙ୍ଗ ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ। ଏପରି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରେ।

ଦିବ୍ୟାଙ୍ଗ ନାବାଳିକା ଝିଆରୀକୁ ଦୁଷ୍କର୍ମ, ଦାଦା ଗିରଫ
ଦିବ୍ୟାଙ୍ଗ ନାବାଳିକା ଝିଆରୀକୁ ଦୁଷ୍କର୍ମ, ଦାଦା ଗିରଫ

ରାଇରଙ୍ଗପୁର: ସମ୍ପର୍କରେ ଲାଗିଲା କଳଙ୍କ, ନାବାଳିକା ଦିବ୍ୟାଙ୍ଗ ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ। ଏପରି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରେ।

ପୀଡିତା ନାବାଳିକାଙ୍କ ପରିବାର ଲୋକେ ଘର ନିକଟ ଖଳାରେ ଧାନ ପିଟିବା କାମ କରୁଥିଲେ। ଖଳାରେ ପୀଡିତା ନାବାଳିକା ନିଜର ନାବାଳିକ ଭଉଣୀ ସହିତ ଖେଳୁଥିଲା। ତେବେ ପୀଡିତାର ଦାଦା ଝିଆରୀକୁ ପାଖ ଧାନ ଗଦା ନିକଟକୁ ଡାକି ନେଇ ଦୁଷ୍କର୍ମ କରିବା ସହିତ କାହାକୁ କହିଲେ ମାରିଦେବାର ଧମକ ଦେଇଥିଲା। ତେବେ ପୀଡିତାର ନାବାଳକ ଭାଇ ସବୁ ଘଟଣା ଦେଖିଦେଇଥିଲା ଓ ପରିବାର ଲୋକଙ୍କୁ ଜଣାଇଥିଲା। ଏଇ ଘଟଣାକୁ ନେଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଓ ଅଭିଯୁକ୍ତ ପୀଡିତାର ମା କୁ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନଥିଲା।

ପରେ ଗ୍ରାମର ୱାର୍ଡମେମ୍ବରଙ୍କ ସାହାଯ୍ୟରେ ପୀଡିତାର ମା' ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗୋରୁମହିଷାଣୀ ଥାନା ପୋଲିସ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ।ତେବେ ଅଭିଯୁକ୍ତ ଦାଦା ମଧ୍ୟ ନାବାଳକ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି। ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଦଳ ଆସିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.