ବାରିପଦା: ଓଡିଶା କୃଷି ଓ ଶିଳ୍ପ ନିଗମ ର ଅଧ୍ୟକ୍ଷ ଭାବେ ମୟୁରଭଞ୍ଜର ବିଜେଡ଼ି ନେତା ଦେବାଶିଷ ମହାନ୍ତିଙ୍କୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେବାଶିଷ ମହାନ୍ତି ଜିଲ୍ଲା ବିଜେଡିର ସଭାପତି ଭାବରେ କାର୍ଯ୍ୟଭାର ତୁଲାଉଛନ୍ତି । ଦାୟିତ୍ବ ନେବା ପରେ ବାରିପଦାରେ ପହଞ୍ଚିଛନ୍ତି ଦେବାଶିଷ ।
ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଦେବାଶିଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବାଇକ ରାଲିରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବାଶିଷଙ୍କ ଉପରେ ଆସ୍ଥା ପ୍ରକଟ କରି ବଡ ଦାୟିତ୍ବ ଦେଇଛନ୍ତି । ଫଳରେ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ଦିନରେ ରାଜ୍ୟ ପାଇଁ ନିସ୍ବାର୍ଥ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଦେବାଶିଷ ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ