ETV Bharat / state

ବାରମ୍ବାର ବିଜୁଳି କାଟ ଓ ବଳ ପୂର୍ବକ ବିଲ୍ ଆଦାୟକୁ ମୟୂରଭଞ୍ଜରେ ବିରୋଧ - ବାରମ୍ବାର ବିଜୁଳି କାଟକୁ ବିରୋଧ

ଅହେତୁକ ବିଜୁଳି କାଟ୍ ଏବଂ ଜୁଲମ୍ ପୂର୍ବକ ବିଲ୍ ଆଦାୟକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡସାଦମ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ବଳପୂର୍ବକ ବିଜୁଳି କାଟ ଏବଂ ଜୁଲମ୍ ପୂର୍ବକ ବିଲ୍ ଆଦାୟକୁ ବିରୋଧ

author img

By

Published : Apr 23, 2022, 7:43 AM IST

ରାଇରଙ୍ଗପୁର: ଘନଘନ ବିଜୁଳି କାଟ୍, ଲୋ ଭୋଲଟେଜ୍ ଏବଂ ଜୁଲମ ପୂର୍ବକ ବିଦ୍ୟୁତ ବିଲ୍ ଆଦାୟକୁ ବିରୋଧ କରି ବାମପନ୍ଥୀ ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡସାଦମ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ବଳପୂର୍ବକ ବିଜୁଳି କାଟ ଏବଂ ଜୁଲମ୍ ପୂର୍ବକ ବିଲ୍ ଆଦାୟକୁ ବିରୋଧ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତିରିଂ ଶାଖା ତଥା ଉତ୍କଳ ମହିଳା ସମିତି ପକ୍ଷରୁ ଜିଲ୍ଲା ସହ ସମ୍ପାଦକ କମ୍ବ୍ରେଡ୍ ତ୍ରିନାଥ ପାତ୍ର ଏବଂ ଜିଲ୍ଲା ଶାଖା ସମ୍ପାଦକ ପାରାଉ ହାଁସଦାଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କୁ ନେଇ ପ୍ରଦିବାଦ କରାଯାଇଛି । ଅହେତୁକ ବିଜୁଳି କାଟ୍ ଏବଂ ଜୁଲମ ପୂର୍ବକ ବିଦ୍ୟୁତ୍ ବିଲ ଆଦାୟ ବିରୁଦ୍ଧରେ ବିଭିନ୍ନ ସ୍ମୋଗାନ ମାନ ଦେଇ ତିରିଂ ବ୍ଲକ ଅନ୍ତର୍ଗତ ବଡସାଦମ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଏଥିସହ ପ୍ରତ୍ୟେକ ପରିବାରକୁ ୨ ଶହ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ, ବିଦ୍ୟୁତ୍ ବିଭ୍ରାଟ ପ୍ରତିକାର, ବିଦ୍ୟୁତ୍ ବିଲ୍ ଆଦାୟ ନାମରେ ଟାଟା କମ୍ପାନୀ ଜୁଲମ୍ ବନ୍ଦ କରିବା, ବିପିଏଲ ଉପଭୋକ୍ତାଙ୍କୁ ମାଗଣାରେ ବିଦ୍ୟୁତ୍ ସଂଯୋଗ, ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ ଲୋକଙ୍କୁ ଜରୁରୀକାଳିନ ଭିତ୍ତିରେ ବିଦ୍ୟୁତ ଯୋଗାଇ ଦିଆଯିବା ଇତ୍ୟାଦି ଦାବିରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଏବଂ ଭୁବନେଶ୍ବର ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ବହଳଦା ଓଭରସିଓରଙ୍କ ଜରିଆରେ ବଡସାଦମ ବିଦ୍ୟୁତ୍ କାର୍ଯ୍ୟାଳୟ ଠାରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ, ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଦ୍ବାରା ବିପିଏଲ ଉପଭୋକ୍ତାଙ୍କ ଠାରୁ ଜୋରଜବରଦସ୍ତ ଅଶ୍ଳୀଳ ଭାଷାରେ ଅଶାଳୀନ ବ୍ୟବହାର କରି ବିଦ୍ୟୁତ୍ ବିଲ୍ ଆଦାୟ ନଚେତ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବା, ନୂତନ ଉପଭୋକ୍ତାଙ୍କୁ ପୁରୁଣା ଉପଭୋକ୍ତା ଦର୍ଶାଇ ଅତ୍ୟଧିକ ବିଦ୍ୟୁତ୍ ବିଲ ଆଦାୟ, ଅହେତୁକ ଘନଘନ ବିଦ୍ୟୁତ୍ କାଟ୍ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ବ୍ୟାପାର ବାଣିଜ ବାଧାପ୍ରାପ୍ତ ହେବା ଆଦି ଅଭିଯୋଗ ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.