ବାରିପଦା: ବାରିପଦାରେ ଖୁବଶିଘ୍ର ପ୍ରତିଷ୍ଠା ହେବ କୋଭିଡ ୧୯ ହସ୍ପିିଟାଲ । ଏ ନେଇ ଜିଲ୍ଲା ପ୍ରଶାସନ ସହ କିମ୍ସ କର୍ତ୍ତୃପକ୍ଷଙ୍କ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲ ବାରିପଦା ଉପକଣ୍ଠରେ ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଆଦାନୀ କିସ୍ ଆବାସିକ ବିଦ୍ୟାଳୟ ଠାରେ ଖୋଲିବ ।
ଏଥିରେ ଏକ ୨୦ ଶଯ୍ୟା ବିଶିଷ୍ଠ ଆଇସିୟୁ ମଧ୍ୟ ପ୍ରତିଷ୍ଠା ହେବ । ତେବେ ସୂଚନା ଅନୁଯାୟ ଆସନ୍ତା ୧୪ ତାରିଖରେ ଏହି ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଭୁବନେଶ୍ବର ଠାରେ ୫୦୦ ଶଯ୍ୟା କୋଭିଡ ହସ୍ପିଟାଲ ଖୋଲିବା ପରେ ଏବେ କନ୍ଧମାଳ, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ ହସ୍ପିଟାଲ ଖୋଲିବାକୁ ଉଦ୍ୟମ କରିଛି କିସ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ