ETV Bharat / state

ଛଟ ପୂଜା ପାଳନ କଲେ ରାଇରଙ୍ଗପୁରବାସୀ

ଛଟ ପୂଜା ପାଳନ କଲେ ରାଇରଙ୍ଗପୁରବାସୀ । ରାଇରଙ୍ଗପୁରରେ ବେଶ ଆଡ଼ମ୍ବରରେ ପାଳିତ ହୋଇଛି ବିହାରି ସମ୍ପ୍ରଦାୟଙ୍କ ଛଟ ପୂଜା । ଅଧିକ ପଢ଼ନ୍ତୁ

author img

By

Published : Oct 31, 2022, 3:44 PM IST

chhat puja observed in rairangpur
ଛଟ ପୂଜା ପାଳନ କଲେ ରାଇରଙ୍ଗପୁରବାସୀ

ରାଇରଙ୍ଗପୁର: ଛଟ ପୂଜା ପାଳନ କଲେ ରାଇରଙ୍ଗପୁରବାସୀ । ସାରା ଦେଶରେ ବେଶ ଆଡ଼ମ୍ବରେ ବିହାରି ସମ୍ପ୍ରଦାୟଙ୍କ ଛଟ ପୂଜା ହୋଇଥିବା ବେଳେ ଆଜି ଶେଷ ଦିନରେ ରାଇରଙ୍ଗପୁର ସହରରେ ମଧ୍ୟ ପାଳନ ହୋଇଯାଇଛି । ମହାଡ଼ମ୍ବର ସହକାରେ ଖଡଖାଇ ନଦୀ କୂଳରେ ଛଟ ପୂଜା କଲେ ଶ୍ରଦ୍ଧାଳୁ । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଖଡଖାଇ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା ।

ଛଟ ପୂଜା ପାଳନ କଲେ ରାଇରଙ୍ଗପୁରବାସୀ

ରାଇରଙ୍ଗପୁର ସହରରେ ବିହାରୀ ସମ୍ପ୍ରଦାୟ ସହିତ ଅନ୍ୟାନ୍ୟ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନେ ମଧ୍ୟ ଧୁମଧାମରେ ପାଳନ କରିଛନ୍ତି ପବିତ୍ର ଛଟ ପର୍ବ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଆରମ୍ଭ ହୋଇ ସପ୍ତମୀ ତିଥିରେ ଶେଷ ହୋଇଥାଏ । ସୂର୍ଯ୍ୟୋଦୟ ହେବା ପରେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା ପୂଜାର୍ଚ୍ଚନା ସହିତ କ୍ଷୀର ଓ ଜଳରେ ଅର୍ଘ୍ୟ ଅର୍ପଣ କରି ନିଜ ତଥା ପରିବାରର ଶୁଭ ମନାସିଥାନ୍ତି ବ୍ରତଧାରୀ ଶ୍ରଦ୍ଧାଳୁ ।

ଗତକାଲି ଅସ୍ତଗାମୀ ସୂର୍ଯ୍ୟ ଭଗବାନଙ୍କୁ ଶ୍ରଦ୍ଧାଳୁମାନେ ଅର୍ଘ୍ୟ ଅର୍ପଣ କରିଥିବା ବେଳେ ଆଜି ଉଦୟମାନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ । ଚାରି ଦିନ ଧରି ନିଷ୍ଠାର ସହ ଉପବାସ ରହି ଛଟ ପୂଜା ପାଳିଥିଲେ ଶ୍ରଦ୍ଧାଳୁ । ସ୍ବତନ୍ତ୍ର ଠେକୁଆ, ଖେରୋନି ସହିତ ସମସ୍ତ ପ୍ରକାର ଫଳ, ଆଖୁ ଇତ୍ୟାଦି ଭୋଗ ଲଗାଇ ଠାକୁରଙ୍କୁ ଅର୍ପଣ କରି ପୂଜାର୍ଚ୍ଚନା ସମାପନ କରିଥିଲେ ଶ୍ରଦ୍ଧାଳୁ । ତେବେ ପବିତ୍ର ଛଟ ପୂଜା ବ୍ରତ ରଖି ଉପବାସ କରି ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ସେପଟେ ବିଗତ ଦୁଇ ବର୍ଷ ଧରି କୋରୋନା କଟକଣା ଯୋଗୁଁ ଧୁମଧାମରେ ପାଳନ ହୋଇ ପାରିନଥିଲା ଛଟ ପର୍ବ । ତେବେ ଚଳିତ ବର୍ଷ ରାଇରଙ୍ଗପୁର ଛଟ ପୂଜା କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଧୁମଧାମ ସହକାରେ ପାଳନ କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ନେଇ ଛୋଟ ପୂଜା କମିଟିର ସଦସ୍ୟ ଓ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.