ETV Bharat / state

ବ୍ୟବସାୟୀଙ୍କ ଗଳା କାଟି ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

author img

By ETV Bharat Odisha Team

Published : Oct 16, 2023, 8:22 PM IST

ମୟୂରଭଞ୍ଜରେ ବୀଭତ୍ସ ହତ୍ୟା । ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର । ହତ୍ୟା ପଛର କାରଣ ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ

ବ୍ୟବସାୟୀଙ୍କ ଗଳା କାଟି ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
ବ୍ୟବସାୟୀଙ୍କ ଗଳା କାଟି ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ରାଇରଙ୍ଗପୁର: ମୟୂରଭଞ୍ଜରେ ବୀଭତ୍ସ ହତ୍ୟା । ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରି ଦୁର୍ବୃତ୍ତ ଫେରାର । ହତ୍ୟା ପଛର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟଳିପୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଫୌଦା ଗ୍ରାମର ବାଇଧର ସାସମାଲ ଗତକାଲି(ରବିବାର) ରାତିରେ ମାଣତ୍ରୀରେ ଲାଗିଥିବା ସାପ୍ତାହିକ ହାଟରେ ପରିବା ବ୍ୟବସାୟ ସାରି ଘରକୁ ଫେରିଥିଲେ । ପ୍ରତ୍ୟେକ ଦିନ ପରି ଗତକାଲି ରାତିରେ ଖାଇପିଇ ନିଜ ଘର ବାରଣ୍ଡାରେ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ବାଇଧରଙ୍କୁ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଥିଲା । ତେବେ ରାତିରେ ମୃତକଙ୍କ ବଡ଼ ପୁଅ ବାପାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖି ତୁରନ୍ତ ପରିବାର ଲୋକଙ୍କୁ ଜଣାଇବା ସହ ପାଖ ପଡୋଶୀଙ୍କୁ ମଧ୍ୟ ଜଣାଇଥିଲେ । ଏସମ୍ପର୍କରେ ବୈଶିଙ୍ଗା ଥାନା ପୋଲିସକୁ ଖବର ଦିଆଯିବାରୁ ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଆଜି ସକାଳୁ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇ ଥିଲେ । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଶେଷ କରିଛନ୍ତି । ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ପଠାଇଛି ପୋଲିସ । କିଏ ଓ କେଉଁ କାରଣରୁ ଏପରି ବୀଭତ୍ସ ଭାବରେ ବାଇଧରଙ୍କ ଗଳା କାଟି ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି । ସେପଟେ ଉକ୍ତ ହତ୍ୟା ଘଟଣାକୁ ନେଇ ଡେଫୌଦା ଗ୍ରାମବାସୀମାନେ ଆତଙ୍କିତ ଥିବା ବେଳେ ଅଭିଯୁକ୍ତକୁ ଶୀଘ୍ର ଧରିବା ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା, ପରକିୟା ପ୍ରୀତି ନେଲା ସ୍ବାମୀ ଜୀବନ !

ପୂର୍ବରୁ ଅନୁଗୋଳରେ ମଧ୍ୟ ଜଣେ ଯୁବକକୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରି ରାସ୍ତାରେ କଡରେ ଫିଙ୍ଗି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାଣ୍ଡ ପଛରେ ପ୍ରେମ କିମ୍ଵା ସୁଧ କାରବାର ଥିବା ନେଇ ସନ୍ଦେହ କରିଥିଲା ପୋଲିସ । ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଥିଲା ହୁଲୁରିସିଂହା ଛକରେ ପ୍ରକାଶଙ୍କ ଏକ କୁକୁଡ଼ା ଦୋକାନ ରହିଛି । ଘଟଣା ଦିନ ରାତିରେ ପ୍ରକାଶ ଦୋକାନକୁ ଆସି ଆଉ ଘରକୁ ଫେରି ନଥିଲେ । ଖୋଜା ଖୋଜି ପରେ ବିଳମ୍ବିତ ରାତିରେ ହୁଲୁରିସିଂହା ଗାଁ ଅପର ପାଖ ଆମ୍ବେଦକର ନଗରର ପଡିଆ ନିକଟରେ ତାର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଅନୁଗୋଳ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.