ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ କୁକୁଡା ବୋଝେଇ ପିକଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତା ନିକଟ ପେଟ୍ରୋଲ ପମ୍ପ ନିକଟରେ ଗଛକୁ ଧକ୍କା ଦେଇଛି ଭ୍ୟାନ । ଆଜି ଭୋର ସମୟରେ ଗାଡିଟି ଭାରସାମ୍ୟ ହରାଇ ଶାଳ ଗଛରେ ବାଡେଇ ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲପରଙ୍କୁ ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ କଟକୁ ସ୍ଥାନାନ୍ତର କରାଯାଇଛି ।
ଗାଡିଟି ଗଛରେ ବହୁତ ଜୋରରେ ଧକ୍କା ହେବାକୁ ପଛ ଇଞ୍ଜିନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଫଳରେ ଡ୍ରାଇଭରଟି ଚାପି ହୋଇ ରହିଥିଲେ । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ବିଜୟ ଲୋହାରକୁ ଉଦ୍ଧାର କରୁଛି । ଅନ୍ୟପଟେ, ପୋଲିସ ମୃତ ଶରୀରକୁ ଉଦ୍ଧାର କରିବା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ