ମୟୂରଭଞ୍ଜ: ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲ୍ଲାର ତାଣ୍ଡବ ରଚିଲା 'ଫନି' । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ତେବେ ବାଦଲ ଫଟା ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ନୂଆକରି ତିଆରି ହୋଇଥିବା ପୋଲ ଦବିଯାଇଛି । ଫଳରେ ଯାତାୟାତ ଠପ୍ ହୋଇଯାଇଛି । ଜିଲ୍ଲାର ବାରିପଦା ଅମରଦାରୋଡ଼ରେ ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ପୋଲ ଦବିଯାଇଥିବା ଯୋଗୁଁ ରାସ୍ତାରେ ଚାରି ଚକିଆ ଗାଡି ଯାତାୟାତ ବନ୍ଦ ରହିଛି ।
ସେହିପରି ବାରିପଦା-ଉଦଳା ରାସ୍ତାରେ ମଧ୍ୟ ପୋଲ ଦବି ଯାଇଛି । ସୁବର୍ଣ୍ଣରେଖା କେନାଲ ପାଇଁ ନିର୍ମାଣ ହୋଇଥିବା ପୋଲରେ ପ୍ରାୟ 1 ମାସ ପୂର୍ବରୁ ଯାତାୟାତ ଆରମ୍ଭ ହୋଇଥିଲା କିନ୍ତୁ ବର୍ଷା ଯୋଗୁଁ ଏହା ମଧ୍ୟ ଦବିଯାଇଛି । ଯେଉଁଥିପାଇଁ ଲୋକେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ।
ତେବେ ନିମ୍ନମାନର କାମ ପାଇଁ ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ