ବାରିପଦା: ଜିଲ୍ଲାରେ ଶିମିଳିପାଳ ଅଭୟାରଣ୍ୟ ତଥା କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡର ୧୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ପକ୍ଷୀ ଗଣନା ଆରମ୍ଭ କରିଛି ବନବିଭାଗ । ରାଜ୍ୟବ୍ୟାପୀ ଶୀତଦିନିଆ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଅଛି ପକ୍ଷୀ ଗଣନା ।
ବିଦେଶୀ ପକ୍ଷୀଙ୍କ ଆଗମନ, ପକ୍ଷୀମାନଙ୍କ ସଂରକ୍ଷଣ ଓ ପକ୍ଷୀମାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ଏହି ଗଣନା କରାଯାଏ । ବନବିଭାଗର ରେଞ୍ଜର, ଫରେଷ୍ଟର ଓ ପକ୍ଷୀ ଗବେଷକ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ବାଇନୋକୁଲାର ସାହାଯ୍ୟରେ ବନବିଭାଗର କର୍ମଚାରୀମାନେ ପକ୍ଷୀ ଗଣନା କରୁଛନ୍ତି। ଘରୋଇ ପକ୍ଷୀ ପାଖାପାଖି ୧୧୦୦ ରୁ ଅଧିକ ଆସିଥିବା ବେଳେ ଗଡ଼ୱାଲ, ଲିଟିଲ କାର୍ବୋରେଣ୍ଟ, ଲଫାଙ୍ଗ ଭଳି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବାର ସୂଚନା ମିଳିଛି । ପୂର୍ବବର୍ଷ ଅପେକ୍ଷା ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ରହିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ