ETV Bharat / state

କିଚକେଶ୍ବରୀ ମନ୍ଦିରକୁ କମ୍ ଅନୁଦାନ, ପ୍ରତିବାଦ କଲା ଭଞ୍ଜସେନା - କୀଚକେଶ୍ବରୀ ମନ୍ଦିରକୁ କମ୍ ଅନୁଦାନ

ରାଜ୍ୟର ଅନ୍ୟ ମଠ ମନ୍ଦିର ଭଳି ଖିଚିଂ ମନ୍ଦିରର ନବକଳେବର ପାଇଁ ଅଧିକ ଅର୍ଥ ପ୍ରଦାନ କରିବାକୁ ଦାବି । ମନ୍ଦିରର ଉନ୍ନତିକରଣରେ ପାତର ଅନ୍ତର ନୀତି ଅବଲମ୍ବନ କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଂଗଠନ । ଅଧିକ ପଢନ୍ତୁ

BhanjSena protest rally over low-cost donations to Maa Kichakeshwari temple
ମା' କୀଚକେଶ୍ବରୀ ମନ୍ଦିରକୁ କମ୍ ଅନୁଦାନ ଯୋଗୁଁ ଭଞ୍ଜସେନାର ପ୍ରତିବାଦ ସଭା
author img

By

Published : Jun 23, 2022, 4:18 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କିଚକେଶ୍ୱରୀ । ରାଜ୍ୟର ସମସ୍ତ ମଠ ମନ୍ଦିରକୁ ନବକଳେବର ପାଇଁ ସରକାର ପଦକ୍ଷେପ ନେଇଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ହେଉଛି ମଠ ମନ୍ଦିର ଗୁଡିକର ନବକଳେବର। କିନ୍ତୁ ଖିଚିଂ ମନ୍ଦିର ପାଇଁ ମାତ୍ର ତିନି କୋଟି ଅନୁଦାନ ପ୍ରଦାନ କରିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ପ୍ରତିବାଦ କରି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ତରଫରୁ ପ୍ରତିବାଦ ସଭା ଆୟଜିତ ହୋଇଥିବା ଦେଖିବାକୁ ମିଳିଛି।

ମା' କୀଚକେଶ୍ବରୀ ମନ୍ଦିରକୁ କମ୍ ଅନୁଦାନ ଯୋଗୁଁ ଭଞ୍ଜସେନାର ପ୍ରତିବାଦ ସଭା

ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ବରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ପାଞ୍ଚପିଢ଼ ଶାଖାର ଦକ୍ଷିଣା ମହାନ୍ତିଙ୍କ ସମେତ କଳିଙ୍ଗ ସେନାର କର୍ମକର୍ତ୍ତା ସହିତ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। ରାଜ୍ୟର ଅନ୍ୟ ମଠ ମନ୍ଦିର ଭଳି ଖିଚିଂ ମନ୍ଦିରର ନବକଳେବର ପାଇଁ ଅଧିକ ଅର୍ଥ ପ୍ରଦାନ କରିବାକୁ ଦାବି କରିଛନ୍ତି।

ଖୀଚିଂ ମନ୍ଦିର ବେଢ଼ାରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିସ୍ତୃତ ଜାଗା ଥିବା ବେଳେ ତିନିକୋଟି ଟଙ୍କା ଅତି କମ ବୋଲି କହିଛନ୍ତି । ଖୀଚିଂ ମନ୍ଦିର ନବକଳେବର ହେଲେ ଅନେକ ବେକାରୀ ଯୁବକ ପରୋକ୍ଷରେ ଏବଂ ପ୍ରତ୍ଯକ୍ଷରେ ରୋଜଗାରକ୍ଷମ ହୋଇପାରିବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଖିଚିଂ ମନ୍ଦିର ଉନ୍ନତିକରଣରେ ପାତର ଅନ୍ତର ନୀତି ଅବଲମ୍ବନ କଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଂଗଠନ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.