ETV Bharat / state

ଲିଭୁନି ଶିମିଳିପାଳ ନିଆଁ; 12 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ଭଞ୍ଜସେନା

author img

By

Published : Mar 9, 2021, 1:18 PM IST

Updated : Mar 9, 2021, 1:23 PM IST

ଆସନ୍ତାକାଲି 12 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ଭଞ୍ଜସେନା । ସକାଳ 6ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି । ଅଧିକ ପଢନ୍ତୁ...

12 ଘଣ୍ଟିଆ ମୟୂରଭଞ୍ଜ ଡାକରା ଦେଲା ଭଞ୍ଜସେନା
12 ଘଣ୍ଟିଆ ମୟୂରଭଞ୍ଜ ଡାକରା ଦେଲା ଭଞ୍ଜସେନା

ବାରିପଦା : ବିଶ୍ବ ବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିବାର ନା ଧରୁନି । ନିଆଁକୁ ଆୟତ୍ତ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ କହି ଗର୍ଜିଛି ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନ । ଯାହାକୁ ନେଇ ଆସନ୍ତାକାଲି 12 ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦେଇଛି ଭଞ୍ଜସେନା । ସକାଳ 6ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛନ୍ତି ।

12 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ଭଞ୍ଜସେନା

ବନ୍ଦ ସମୟରେ ଜରୁରୀ ସେବା ଛାଡିଦେଲେ ଚକ ଅଖ, ସରକାରୀ, ବେସରକାରୀ ଅଫିସ, ଦୋକାନ ବଜାର, ବସ ଟ୍ରକ ସବୁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି ।

ଅଭୟାରଣ୍ୟରେ ଦୀର୍ଘ 10 ଦିନରୁ ଅଧିକ ସମୟରେ ଧରି ନିଆଁ ଲାଗିଛି । ଏହାକୁ ତୁରନ୍ତ ଆୟତ୍ତ କରି ପୂର୍ବ ଗୌରବ ଗାରିମାକୁ ଫେରାଇ ଆଣିବାକୁ ଦାବି କରିଛି ଅଣରାଜନୈତିକ ସଙ୍ଗଠନ ।ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ନିଆଁ ଲିଭୁନଥିବା ଅଭିଯୋଗ କରିଛି ଭଞ୍ଜସେନା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 9, 2021, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.