ETV Bharat / state

ମୟୂରଭଞ୍ଜରେ 5 ଜଣଙ୍କୁ ଲହୁଲୁହାଣ କଲା ଭାଲୁ

ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା କୁଇଲିପାଳ ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । 5 ଜଣ ଯୁବକଙ୍କୁ ଆକ୍ରମଣ କରିଛି ଭାଲୁ ।

author img

By

Published : Aug 22, 2019, 9:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଭାଲୁ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବାବେଳେ 3 ଆହତ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା କୁଇଲିପାଳ ଗାଁରେ । ଗୁରୁବାର ଗ୍ରାମର କିଛି ଯୁବକ ପୋଖରୀକୁ ଯାଉଥିବା ବେଳେ ହଠାତ୍ ଏକ ବୁଦା ମୂଳରୁ ଭାଲୁ ବାହାରି ଆକ୍ରମଣ କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହାପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଏହି 5 ଜଣ ଯୁବକଙ୍କୁ ଉଦ୍ଧାର କରିବା ସହ ସ୍ଥାନୀୟ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଇଥିଲେ ।

2 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି । ଭାଲୁ ଆକ୍ରମଣରେ ଗୁରୁତର ଯୁବକ ମାନେ ହେଲେ କୁଇଲିପାଳ ଗ୍ରାମର ମଙ୍ଗଲୁ ସୁଣ୍ଡି ,ଗୁରା ପୂର୍ତ୍ତି, ଜଗବନ୍ଧୁ ପୂର୍ତ୍ତି ଓ ସାନ ସିଂ ।

ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ବିଷୟରେ ବୁଝିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଭାଲୁ ଆକ୍ରମଣ ରେ ଦୁଇ ଗୁରୁତର 3 ଆହତ। ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା କୁଇଲିପାଳ ଗାଁରେ ଘଟିଛି ଘଟଣା। ଆଜି କୁଇଲିପାଳ ଗାଁ ର କିଛି ଯୁବକ ପୋଖରୀ କୁ ଯାଉଥିବା ବେଳେ ହଠାତ ଏକ ବୁଦା ମୂଳରୁ ଭାଲୁ ଟି ବାହାରି ଆକ୍ରମଣ କରିଥିଲା। 5 ଜଣ ଙ୍କୁ ଆକ୍ରମଣ କରିବା ପରେ ସ୍ଥାନୀୟ ଲୋକେ ସମସ୍ତ ଙ୍କୁ ଠାକୁରମୁଣ୍ଡା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। 2 ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି। ଭାଲୁ ଆକ୍ରମଣ ରେ ଗୁରୁତର ଯୁବକ ମାନେ ହେଲେ କୁଇଲିପାଳ ଗ୍ରାମର ମଙ୍ଗଲୁ ସୁଣ୍ଡି ,ଗୁରା ପୂର୍ତ୍ତି, ଜଗବନ୍ଧୁ ପୂର୍ତ୍ତି ଓ ସାନ ସିଂ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଡାକ୍ତରଖାନା ରେ ପହଞ୍ଚି ଆହତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛି।
ବାଇଟ-ଜଗବନ୍ଧୁ ପୂର୍ତ୍ତି-ଭାଲୁ ଆକ୍ରମଣ ର ଶିକାର ଯୁବକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.