ETV Bharat / state

ବାରିପଦାବାସୀଙ୍କୁ କୋରୋନା ଭୟ, 7 ଦିନ ସଟଡାଉନ ପାଇଁ ନିଷ୍ପତ୍ତି

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାରିପଦା ବ୍ୟବସାୟୀ ସଂଘ,ଦଳିତ ଓ ଆଦିବାସୀ ମହାସଂଘ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାରିପଦା ସହରକୁ ସାତ ଦିନିଆ ସଟ ଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହି ବନ୍ଦକୁ ସମର୍ଥନ ଦେଉନାହାଁନ୍ତି ଛୋଟ ବ୍ୟବସାୟୀ । ଅଧିକ ପଢନ୍ତୁ...

Baripada residents redecide to shut down bapripada for seven days
ବାରିପଦାବାସୀଙ୍କୁ କୋରୋନା ଭୟ, ସାତ ଦିନ ସଟଡାଉନ କରିବାକୁ ନିଷ୍ପତ୍ତି
author img

By

Published : Sep 24, 2020, 11:17 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ୭୦୭୨ କaରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତେବେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାରିପଦା ବ୍ୟବସାୟୀ ସଂଘ,ଭଞ୍ଜସେନା, ଦଳିତ ଓ ଆଦିବାସୀ ମହାସଂଘ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାରିପଦା ସହରକୁ ସାତ ଦିନିଆ ସଟଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବାରିପଦାବାସୀଙ୍କୁ କୋରୋନା ଭୟ, ସାତ ଦିନ ସଟଡାଉନ କରିବାକୁ ନିଷ୍ପତ୍ତି

ଏହି ସାତ ଦିନ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଛାଡି ଦେଲେ ବାରିପଦା ସହରକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ବାରିପଦା କୋର୍ଟରେ ମଧ୍ୟ ଓକିଲ ମାନେ ଗତ ସେପ୍ଟେମ୍ବର ୨୨ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନେବା ସହ ସାତ ଦିନିଆ ବାରିପଦା ବନ୍ଦ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କିନ୍ତୁ ଏହି ନିଷ୍ପତିକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଛୋଟ ବ୍ୟବସାୟୀ । ବାରିପଦା ସହରର ଛୋଟ ବ୍ୟବସାୟୀ, ଉଠା ଦୋକାନୀ ମାନେ ଏହି ବନ୍ଦକୁ ସମର୍ଥନ କରି ନାହାନ୍ତି।

ଅନ୍ୟପକ୍ଷରେ ସାତ ଦିନ ବନ୍ଦ ନ କରି ଜନ ସାଧାରଣ ଅଯଥାରେ ଭିଡ଼ ନ ଜମାଇ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ମାସ୍କ ପିନ୍ଧି ଘରୁ ପଦାକୁ ବାହାରି ନିଜ କାମ କଲେ ଛୋଟ ବ୍ୟବସାୟୀ ମାନେ ନିଜ ଗୁଜୁରାଣ ମେଣ୍ଟାଇ ପାରିବେ ବୋଲି ସେମାନେ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.