ରାଇରଙ୍ଗପୁର: ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମରେ ଘଟିଯାଇଛି ଏଭଳି ଦୁଃଖଦ ଘଟଣା । ଗାଁ ପୋଖରୀରେ ଗାଧୋଉଥିବା ସମୟରେ ଅଘଟଣ ।
ସାତକୋଶିଆ ଗ୍ରାମର ଦେବାଶିଷ ନାୟକଙ୍କ ୫ବର୍ଷର ଶିଶୁକନ୍ୟା ଜେଜେମାଙ୍କ ସହିତ ପୋଖରୀରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରି ସାତକୋଶିଆ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମହୁଲଡିହା ଥାନା ପୋଲିସ୍ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ପ୍ରକାଶ ।
ଇଟିଭି ଭାରତ, ରାଇରଙ୍ଗପୁର